Connect with us

ଦେଶ

ହିଜବୁଲ କମାଣ୍ଡର ଦୁଇ ଆତଙ୍କୀ ନିହତ

ସାଙ୍କେତିକ ଚିତ୍ର

ହିଜବୁଲ କମାଣ୍ଡର ଦୁଇ ଆତଙ୍କୀ ନିହତ
ଶ୍ରୀନଗର,୧୧ା୧୦ : ଜାମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲାରେ ଗୁରୁବାର ସୁରକ୍ଷା ବାହିନୀଙ୍କ କାର୍ଯ୍ୟାନୁଷ୍ଠାନରେ ହିଜବୁଲର ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କବାଦୀ ମଧ୍ୟରୁ ଜଣେ ହିଜ୍ବୁଲ କମାଣ୍ଡର ମନ୍ନାନ ୱାନି ବୋଲି ଚିହ୍ନଟ କରାଯାଇଛି । ମୃତ ମନ୍ନାନ ୱାନି ଆଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟ (ଏଏମ୍ୟୁ)ର ଛାତ୍ର ଥିଲା ଓ ଚଳିତ ବର୍ଷ କେଉଁଆଡେ ନିଖୋଜ ହୋଇଯାଇଥିଲା । ପରେ ସେ ଆତଙ୍କବାଦୀ ସଂଗଠନ ହିଜ୍ବୁଲ ମୁଜାହିଦିନରେ ଯୋଗ ଦେଇଥିବା ଜାଣିବାକୁ ମିଳିଥିଲା । ଫଳରେ ଏଏମ୍ୟୁ ମନ୍ନାନକୁ ବହିଷ୍କାର କରିଥିଲା ।

ସୂଚନା ଅନୁସାରେ ହନ୍ଦୱାଡାର ଶାଟଗୁଣ୍ଡ ଅଞ୍ଚଳରେ ସେନାର ରାଷ୍ଟ୍ରୀୟ ରାଇଫଲ୍ଡ ଏବଂ ସିଆରପିଏଫ୍ର ମିଳିତ ଅଭିଯାନରେ ଦୁଇ ହିଜ୍ବୁଲ ଆତଙ୍କବାଦୀ ନିହତ ହୋଇଛନ୍ତି । ମନ୍ନାନ ୱାନିଙ୍କ ପାଇଁ ଟେଲିଗ୍ରାମ ଚ୍ୟାନେଲରେ ଏକ ବାର୍ତ୍ତା ଜାରି କରାଯାଇଛି । ଏଥିରେ ଡକ୍ଟର ୱାନି ସହିଦ୍ ହୋଇଛନ୍ତି ଓ ଆଲ୍ଲା ତାଙ୍କୁ ସ୍ୱର୍ଗରେ ସ୍ଥାନ ଦିଅନ୍ତୁ ବୋଲି ଲେଖାଯାଇଛି ।

ସୂଚନାଥାଉ କି, ମନ୍ନାନ ୱାନି ଚଳିତ ବର୍ଷ ଆରମ୍ଭରେ ଏଏମ୍ୟୁରେ ପିଏଚ୍ଡି ପାଠ୍ୟକ୍ରମ ଛାଡି ହିଜ୍ବୁଲ ମୁଜାହିଦିନ୍ରେ ଯୋଗ ଦେଇଥିଲା । ହିଜ୍ବୁଲ ତାଙ୍କୁ କୁପୱାଡାର କମାଣ୍ଡର ଭାର ଦେଇଥିଲା । ଗତ ମାସରେ ସେନା ପକ୍ଷରୁ ଜାରି ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ତାଲିକାରେ ମନ୍ନାନ ୱାନି ନାମକୁ ଅନ୍ତର୍ଭୁକ୍ତ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ