Connect with us

ଦେଶ

ତିତଲି ପ୍ରଭାବ : ଆନ୍ଧ୍ରରେ ୮ମୃତ

ସାଙ୍କେତିକ ଚିତ୍ର

ତିତଲି ପ୍ରଭାବ : ଆନ୍ଧ୍ରରେ ୮ମୃତ
ନୂଆଦିଲ୍ଲୀ,୧୧ା୧୦ : ଘୂର୍ଣ୍ଣିବଳୟ ‘ତିତଲି’ ଆନ୍ଧ୍ର ପ୍ରଦେଶର ଉତ୍ତରାଞ୍ଚଳ ଓ ଓଡ଼ିଶାର ଦକ୍ଷିଣାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ପରେ ଏବେ ପଶ୍ଚିମବଙ୍ଗ ମୁହାଁ । ଉପକୂଳ ଅତିକ୍ରମ କରିବା ବେଳେ ତିତଲି ଓଡ଼ିଶା ଓ ଆନ୍ଧ୍ରର କେତେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଗଞ୍ଜାମ ଗୋପାଳପୁରଠାରେ ସାମୁଦ୍ରିକ ଝଡର ସମ୍ମୁଖୀନ ହୋଇ ଏକ ନୌକା ବୁଡି ଯାଇଥିଲା । ନୌକାରେ ୫ଜଣ ମତ୍ସଜୀବୀ ଥିଲେ । ତେବେ ପୂର୍ବରୁ ପ୍ରସ୍ତୁତି ହେତୁ ସେମାନଙ୍କୁ ଠିକ୍ ସମୟରେ ଉଦ୍ଧାର କରାଯାଇ ପାରିଥିଲା ।

ଅପରପକ୍ଷରେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ତିତଲିର ପ୍ରଭାବରେ ୮ଜଣଙ୍କ ମୃତ୍ୟୁ ହୋଇଯାଇଛି । ଓଡ଼ିଶାର ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ପବନ ଓ ବର୍ଷା ହେବାର ଆକଳନ କରାଯାଇଛି । ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ୩ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଗୋପାଳପୁରଠାରୁ ୮୬କିମି ଦକ୍ଷିଣ-ପଶ୍ଚିମରେ ତିତଲି ଭୂପୃଷ୍ଠକୁ ଛୁଁଇଥିଲା । ପ୍ରବଳରୁ ଅତି ପ୍ରବଳ ପବନ ହେତୁ କେଉଁଠି କେଉଁଠି ବିଦ୍ୟୁତ୍ ଖୁଣ୍ଟ ଉପୁଡି ଯିବାରୁ ବିଦ୍ୟୁତ୍ ସରବରାହ ବ୍ୟାତ ହୋଇଛି । ଗୋପାଳପୁରଠାରେ ୧୪୦ରୁ ୧୫୦ କିମି ବେଗରେ ପବନ ବୋହିବା ସହ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା । ପରିସ୍ଥିତିକୁ ଦେଖି ଓଡ଼ିଶା ଦେଇ ଗମନାଗମନ କରୁଥିବା ଏକାଧିକ ଟ୍ରେନକୁ ବାତିଲ କରାଯିବା ସହ କିଛି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି । ରାଜ୍ୟର ସ୍କୁଲ କଲେଜକୁ ୨ଦିନ ପାଇଁ ବନ୍ଦ ରଖାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ