Connect with us

ଦେଶ

‘ମି ଠୁ’ ଅଭିଯାନ ମାମଲା ଗୁଡିକର ତଦନ୍ତ କରିବେ ସରକାର

ସାଙ୍କେତିକ ଚିତ୍ର

‘ମି ଠୁ’ ଅଭିଯାନ ମାମଲା ଗୁଡିକର ତଦନ୍ତ କରିବେ ସରକାର
ଗଠନ ହେବ ଅବସରପ୍ରାପ୍ତ ବିଚାରପତିଙ୍କ କମିଟି
ନୂଆଦିଲ୍ଲୀ,୧୨ା୧୦ : ଯୌନ ଶୋଷଣ ବିରୋଧରେ ‘ମି ଠୁ’ ଅଭିଯାନରେ ସାମ୍ନାକୁ ଆସିଥିବା ଅଭିଯୋଗ ଓ ମାମଲା ଗୁଡିକର ତଦନ୍ତ ପାଇଁ କେନ୍ଦ୍ର ସରକାର ଖୁବଶୀଘ୍ର ୪ଜଣ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିବେ । ଶୁକ୍ରବାର କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି ଏହି ସୂଚନା ଦେଇଛନ୍ତି ।

ମେନକା କହିଛନ୍ତି ଯେ, ଉତ୍ପୀଡନ ଅଭିଯୋଗ ଆଣିଥିବା ମହିଳାଙ୍କ ଉପରେ ତାଙ୍କର ବିଶ୍ୱାସ ରହିଛି । ଖୁବଶୀଘ୍ର ସେ କମିଟି ଗଠନର ପ୍ରସ୍ତାବ ମନ୍ତ୍ରିମଣ୍ଡଳ ଆଗରେ ରଖିବେ । ତେବେ ଏହି କମିଟିର ଅଧ୍ୟକ୍ଷତା କିଏ କରିବେ ଓ କେଉଁମାନେ ସଦସ୍ୟ ରହିବେ ତାହା ମେନକା ପ୍ରକାଶ କରିନାହାନ୍ତି । ଉଲ୍ଲେଖ ଯୋଗ୍ୟଯେ, କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ତଥା ପୂର୍ବତନ ସାମ୍ବାଦିକ ଏମଜେ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି । ଏବେ ଏମଜେ ଆକବର ନାଇଜେରିଆରେ ଅଛନ୍ତି । ରବିବାର ଦିନ ସେ ଭାରତକୁ ଫେରିବେ । ଏଭଳି ସମୟରେ ମେନକା ଗାନ୍ଧି ଜନଶୁଣାଣି ପାଇଁ କମିଟି ଗଠନ କରିବାକୁ କହିଛନ୍ତି ।

ମେନକା କହିଛନ୍ତି ଯେ, ଜଣେ ମହିଳା ଭାବେ ସେ ପୀଡିତାଙ୍କ ଅଭିଯୋଗ ଓ ଯନ୍ତ୍ରଣା ଅନୁଭବ କରିପାରୁଛନ୍ତି । ୨୦୧୩ କାର୍ଯ୍ୟ ସ୍ଥାନରେ ଯୌନ ନିର୍ଯାତନା ନିରୋଧୀ ଆଇନ ଅନୁସାରେ ଏହି ମାମଲା ଗୁଡିକର ତଦନ୍ତ ହେବ ବୋଲି ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ