Connect with us

ଅପରାଧ

ହାତୀ ମୃତ୍ୟୁ ଘଟଣାରେ ୩ ଜଣ ଗିରଫ

ସାଙ୍କେତିକ ଚିତ୍ର

ହାତୀ ମୃତ୍ୟୁ ଘଟଣାରେ ୩ ଜଣ ଗିରଫ

ଭୁବନେଶ୍ୱର: ବିଦ୍ୟୁତ ତାର ଆଘାତରେ ରେ ୭ଟି ହାତୀ ମୃତ୍ୟୁ ଘଟଣାରେ ୩ ଜଣଭ୍କୁ  କ୍ରାଇମବ୍ରାଞ୍ଚ୍‌ ଟିମ୍‌ ଗିରଫ କରିଛି । ଗିରଫ ୩ ଜଣ ସରକାରୀ କର୍ମଚାରୀମାନେ ହେଲେ ବିଦ୍ୟୁତ ବିଭାଗର ନିଳମ୍ବିତ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି, ମେରାମଣ୍ଡଳୀ ସେକ୍ସନ୍‌ ଫରେଷ୍ଟର ପ୍ରଭାକର ରଣା ଓ ମେରାମଣ୍ଡଳୀ ବିଟ୍‌ ଫରେଷ୍ଟ ଗାର୍ଡ ଗିରିଶ ଦେହୁରୀ । ବନ ବିଭାଗର ପ୍ରଭାକର ରଣା ଓ ଗିରିଶ ଦେହୁରୀଙ୍କୁ ମଧ୍ୟ ବନ ବିଭାଗ ନିଳମ୍ବିତ କରିଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଗାଁ ପାଖରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ଟି ହାତୀଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ସେସୁ ଓ ବନ ବିଭାଗ ପରସ୍ପର ଉପରେ ଦୋଷାରାପ କରିଥିେଲେ । ଏପରିକି ଏହାକୁ ନେଇ ବିରୋଧୀଦଳ ଗୁଡ଼ିକ ସରକାରଙ୍କୁ ମଧ୍ୟ ସମଲୋଚନା କରିଥିଳେ । ଶେଷରେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ