Connect with us

ଆଞ୍ଚଳିକ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପୁରୁଣା ଯାତ୍ରୀବାହୀ ବସ୍‌ ଜଳିଲା

ସାଙ୍କେତିକ ଚିତ୍ର

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପୁରୁଣା ଯାତ୍ରୀବାହୀ ବସ୍‌ ଜଳିଲା

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଥାନାର ଅନତି ଦୂରରେ ରାସ୍ତାକଡ଼ରେ ରଖାଯାଇଥିବା ୨ଟି ପୁରୁଣା ଯାତ୍ରୀବାହୀ ବସ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଯାଇଛି । ଏହି ଦୁଇଟି ପୁରୁଣା ବସ ଗତ କିଛି ଦିନ ହେବ ରାସ୍ତାକଡ଼ରେ ଥୁଆହୋଇଥିଲା । ତେବେ ବସ ଭିତରେ କେହି ନ ଥିବାରୁ କେହି ମୃତାହତ ହୋଇନାହାନ୍ତି । ଖବର ପାଇ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକିଛି ଦିନ ହେବ ଖଣ୍ଡଗିରି ଥାନାର ଅନତି ଦୂରରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ରାସ୍ତାକଡ଼ରେ ୨ଟି ଘରୋଇ ବସ୍‌ ରଖାଯାଇଥିଲା । ବସ ଦୁଇଟି ପୁରଣା ହୋଇ ଯାଇଥିବାରୁ ଜରାଜୀର୍ଣ୍ଣ ହୋଇ ପଡିରହିଥିଲା । ବସ ଦୁଇଟି ଉପରେ ୧୧ କେଭିର ବିଦ୍ୟୁତ ତାର ଯାଇଥିଲା । କୌଣସି କାରଣରୁ ଏହି ୧୧ କେଭି ବିଦ୍ୟୁତ ତାର ବସ ସଂସ୍ପର୍ଶରେ ଆସି ବସ୍‌ ଦୁଇଟି ଜଳି ଉଠିଥିଳା ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ