Connect with us

ଅପରାଧ

ବିଧାନସଭା ଗୃହକମିଟି ଆଗରେ ହାଜର ହୋଇ ସତ୍ୟପାଠ ଦାଖଲ କଲେ ଅଭିଜିତ ଆୟାର ମିତ୍ର

ସାଙ୍କେତିକ ଚିତ୍ର

ବିଧାନସଭା ଗୃହକମିଟି ଆଗରେ ହାଜର ହୋଇ ସତ୍ୟପାଠ ଦାଖଲ କଲେ ଅଭିଜିତ ଆୟାର ମିତ୍ର

ଭୁବନେଶ୍ୱର: ଓଡିଶାର ବିଧାୟକମାନଙ୍କ ପ୍ରତି ଆପତିଜନକ ମନ୍ତବ୍ୟ ଦେଇ ସ୍ୱାଧିକାର ଭଙ୍ଗ କରିଥିବା ଅଭିଯୋଗରେ ଅଭିଜିତ୍ ଆୟାର ମିତ୍ର ଶନିବାର ବିଧାନସଭା ଗୃହ କମିଟି ନିକଟରେ ତୃତୀୟ ଥର ପାଇଁ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି । ଗତକାଲି ଗୃହକମିଟି ଆଗରେ ଅଭିଜିତ ହାଜର ହୋଇଥିଲେ ମଧ୍ୟ ସତ୍ୟପାଠ ଦାଖଲ କରି ନ ପାରିବାରୁ, ଆଜି ତାଙ୍କୁ ପୁଣି ଥରେ ହାଜର ହୋଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିିଲା ।

ସୂଚନାଯୋଗ୍ୟ ଯେ, କୋଣାର୍କ ସୂର୍ଯ୍ୟମନ୍ଦିର, ଓଡ଼ିଶା ଓ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କ ବିରୋଧରେ କୋଣାର୍କ ଥାନାରେ ମାମଲ ରୁଜୁ ହୋଇଥିବା ବେଳେ ଓଡ଼ିଶା ବିଧାନସଭାରେଏ ନେଇ ଆଲୋଚନା କରାଯାଇ ତାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ହୋଇଥିଲା । ଏଥିପାଇଁ ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ ନେତୃୃତ୍ୱରେ ଗୃହ କମିଟି ଗଠନ କରାଯାଇଥିିଲା । ଗତ ଅକ୍ଟୋବର ମାସ ୧୧ ତାରିଖରେ ଅଭିଜିତଙ୍କୁ ଗୃହକମିଟି ସମ୍ମୁଖରେ ହାଜର ହେବାକୁ ନିେର୍ଦ୍ଦେଶ ଦିଆଯାଇଥିଲା ।

ମାତ୍ର ସେଦିନ ଅଭିଜିତ ଗୃହ କମିଟି ଆଗରେ ହାଜର ନ ହେବାରୁ ତାଙ୍କୁ ଅକ୍ଟୋବର ୨୩ ତାରିଖରେ ହାଜର ହେବା ପାଇଁ କୁହାଯିବ ସହିତ ପୁଲିସ ମହାଦନିର୍ଦ୍ଦେଶକଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଥିଲା । ଗତ ଅକ୍ଟୋବର ୨୩ ତାରିଖରେ ଅଭିଜିତ ଆୟାର ମିତ୍ର ଗୃହ କମିଟି ଆଗରେ ହାଜର ହୋଇ କ୍ଷମା ପ୍ରାର୍ଥନା କରିଥିଲେ । ମାତ୍ର ଗୃହ କମିଟି ତାଙ୍କୁ ନଭେମ୍ବର ୨ ତାରିଖରେ ସତ୍ୟପାଠ ସହିତ ହାଜର ହେବାକୁ କହିଥିଲେ । ଏହି କ୍ରମରେ ଗତକାଲି ଅଭିଜିତ ଆୟାର ମିତ୍ର ଗୃହ କମିଟି ଆଗରେ ହାଜର ହୋଇଥିଲେ ମଧ୍ୟ ସତ୍ୟପାଠ ଦାଖଲ କରି ପାରି ନ ଥିଲେ । ତେଣୁ ଆଜି ପୁଣି ଥରେ ବିଧାନସଭା ପରିସରରେ ଗୃହ କମିଟି ଆଗରେ ହାଜର ହୋଇ ଅଭିଜିତ ସତ୍ୟପାଠ ଦାଖଲ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ