Connect with us

ଅପରାଧ

ହାତୀ ଦାନ୍ତ ତସ୍କର ସକ୍ରିୟ :- ଦନ୍ତାହାତୀକୁ ଗୁଳି ମାରି ହତ୍ୟା

ସାଙ୍କେତିକ ଚିତ୍ର

ହାତୀ ଦାନ୍ତ ତସ୍କର ସକ୍ରିୟ :- ଦନ୍ତାହାତୀକୁ ଗୁଳି ମାରି ହତ୍ୟା
ଗଞ୍ଜାମ:- ଶନିବାର ମଧ୍ୟରାତ୍ରିରେ ନିମଖଣ୍ଡି ନିକଟରେ କେତେକ ଶିକାରୀ ନିର୍ଦୟତାର ସହିତ ଗୋଟାଏ ୫ ରୁ ୬ ବର୍ଷ ବୟସର ବଣୁଆ ଦନ୍ତାହାତୀକୁ ଗୁଳି କରି ହତ୍ୟା କରିଛନ୍ତି । ଦନ୍ତାହାତୀଟିର ବେକ ପାଖରେ ଗୁଳି ଲାଗିଥିବା କଥା ରେଞ୍ଜର୍ ପରମାନନ୍ଦ ପାଣିଗ୍ରାହୀ ସ୍ୱୀକାର କରିଛନ୍ତି । ମୃତ ଦନ୍ତାହାତୀଟି ସେ ଅଞ୍ଚଳରେ ବୁଲାବୁଲି କରୁଥିବା ୮ଜଣିଆ ହାତୀପଲରୁ ଗୋଟିଏ । ରାତିରେ ଦୁର୍ବୃତ୍ତମାନେ ଗୁଳିମାରି ହାତୀଟିକୁ ହତ୍ୟା କରିବା ପରେ ତା’ର ଦାନ୍ତକୁ ଉପାଡ଼ି ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ରାତି ପାହି ଆସିବାରୁ ଦାନ୍ତ ଉପାଡ଼ିବାରେ ବିଫଳ ହୋଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଶବ ବ୍ୟବଚ୍ଛେଦ କରାଇବାକୁ ଉଦ୍ୟମ କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ