Connect with us

ଅପରାଧ

କମିସନରେଟ ପୋଲିସ ହକି ରେ ବ୍ୟସ୍ତ ,ସୁଯୋଗର ସଦୁପଯୋଗ କରୁଛନ୍ତି ବନ୍ଧୁକଧାରୀ ଲୁଟେରା

ସାଙ୍କେତିକ ଚିତ୍ର

କମିସନରେଟ ପୋଲିସ ହକି ରେ ବ୍ୟସ୍ତ ,ସୁଯୋଗର ସଦୁପଯୋଗ କରୁଛନ୍ତି ବନ୍ଧୁକଧାରୀ ଲୁଟେରା
ଭୁବନେଶ୍ୱର :- ବିଶ୍ୱକପ୍ ହକି ପାଇଁ କମିଶନରେଟ ପୋଲିସ ଏତେ ବ୍ୟସ୍ତ ରହୁଛିଯେ ଭୁବନେଶ୍ୱରରେ କାଁ ଭାଁ ପିସିଆର ଦେଖାଯାଉଛି । କଳିଙ୍ଗ ଷ୍ଟାଡିୟମ ଓ ଏହାର ଆଖପାଖ ଅଞ୍ଚଳରେ ପୋଲିସ ଚଳଚଂଚଳ ଥିଲେ ମଧ୍ୟ ଅନ୍ୟ ଅଂଚଳରେ ସୁରକ୍ଷା ବ୍ୟବସ୍ଥା ଢ଼ିଲା ହୋଇଯାଇଛି । ଏହି ସୁଯୋଗରେ ଏବେ ବନ୍ଧୁକଧାରୀ ଲୁଟେରା ବେଶ୍ ସକ୍ରିୟ ହୋଇଉଠିଛନ୍ତି । ଏହି ବନ୍ଧୁକଧାରୀ ଅପରାଧୀମାନେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛନ୍ତି ।

କିଛିଦିନ ତଳେ ଭିଏସ୍ଏସ୍ ନଗରରେ ବନ୍ଧୁକ ଦେଖାଇ ଜଣେ ବୃଦ୍ଧାଙ୍କ ଘରୁ ଲୁଟ୍ କରିବା ପରେ ଖଣ୍ଡଗିରି ଅଞ୍ଚଳରେ ଆଉ ଏକ ଲୁଟେରା ଗ୍ୟାଙ୍ଗ୍ ମାତିଥିଲା । ଖଣ୍ଡଗିରି ଥାନା ଅଞ୍ଚଳରେ ଦୁଇଟି ସ୍ଥାନରେ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କରିବାର କେଇଘଣ୍ଟା ପରେ ଶୁକ୍ରବାର ଦିନ କେତେଜଣ ଦୁର୍ବୃତ୍ତ ଖଣ୍ଡଗିରି କଳିଙ୍ଗନଗର ଅଞ୍ଚଳରେ ଜଣେ ମହିଳାଙ୍କୁ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ କରିଥିଲେ । ମହିଳା ଜଣକ ଚିତ୍କାର କରିବାରୁ ଲୁଟେରାମାନେ ଲୁଟରେ ବିଫଳ ହେବା ପରେ ମହିଳାଙ୍କ ମୁଣ୍ଡକୁ ବନ୍ଧୁକରେ ଛେଚି ଖସି ପଳାଇଥିଲେ । ଖବର ପାଇ ପିସିଆର୍ ପହଁଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ଲୁଟେରାଙ୍କ ଟେର ପାଇନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ