Connect with us

ଅପରାଧ

ଅପହୃତା ନାବାଳିକାଙ୍କୁ ବଳାତ୍କାର ଘଟଣା: ଅଭିଯୁକ୍ତ ଗିରଫ

ସାଙ୍କେତିକ ଚିତ୍ର

ଅପହୃତା ନାବାଳିକାଙ୍କୁ ବଳାତ୍କାର ଘଟଣା: ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୧୬ା୧୨- ମଞ୍ଚେଶ୍ୱର ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ଓ ବଳାତ୍କାର ମାମଲାରେ ପୋଲିସ ବାଲେଶ୍ୱର ରୁ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଲକ୍ଷ୍ମୀସାଗର ଥାନା ଉପରସାହିର ରମାକାନ୍ତ ସାହୁ ଓରଫ କାଳିଆ(୨୭) । ସୂଚନାନୁସାରେ କାଳିଆ ରାଜମିସ୍ତ୍ରୀ କାମ କରୁଥିବାବେଳେ ଉକ୍ତ ନାବାଳିକା ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଗତ ୧ ତାରିଖରେ ନାବାଳିକା ଜଣକ ଟ୍ୟୁଶନରୁ ଫେରୁଥିବାବେଳେ କାଳିଆ ତାକୁ ପ୍ରଲୋଭିତକରି ଅପହରଣ କରିନେଇ ଏକ ଘରେ ରଖି ତିନିଦିନ ଧରି ବଳାତ୍କାର କରିଥିଲା । ପୋଲିସ ଅଭିଯୁକ୍ତଙ୍କ ମୋବାଇଲ ନମ୍ବର ଟ୍ରାକ୍ କରି ବାଲେଶ୍ୱରର ସ୍ଥିତ ଏକ ପେଣ୍ଡାଲରୁ ନାବଳିକାକୁ ଉଦ୍ଧାର କରିବା ସହ କାଳିଆକୁ ଗିରଫ କରିଥିଲା ।

ଆଇପିସି ଦଫା ୩୬୩, ୩୬୬, ୩୭୬(୨)(ଆଇ) ପୋକ୍ସୋ ଆକ୍ଟ ଅନୁଯାୟୀ ଅଭିଯୁକ୍ତ କାଳିଆକୁ କୋର୍ଟଚାଲାଣ କରିଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ