Connect with us

ଓଡିଶା

ହାତୀମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତି

ସାଙ୍କେତିକ ଚିତ୍ର

ହାତୀମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତି
ଭୁବନେଶ୍ୱର :- ହାତୀମାନଙ୍କର ଚଳପ୍ରଚଳକୁ ସୁରକ୍ଷିତ କରିବା ପାଇଁ ଏଣିକି ଶକ୍ତି ବିଭାଗ ପକ୍ଷରୁ ଏସଡିଓ ପାହ୍ୟାର ସ୍ୱତନ୍ତ୍ର ଅଧିକାରୀମାନଙ୍କୁ ପ୍ରତି ଜିଲ୍ଲାରେ ନିଯୁକ୍ତି ଦିଆଯିବ । ଏ ସମ୍ପର୍କରେ ସୂଚନା ଦେଇ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ, ବର୍ତମାନ ତାଙ୍କ ବିଭାଗ ହାତୀମାନଙ୍କର ସୁରକ୍ଷା ନେଇ ଚିନ୍ତିତ ରହିଛି । ହାତୀମାନେ ଚଳପ୍ରଚଳ କରୁଥିବା ବାଟରେ ଯଦି ବିଦ୍ୟୁତ ତାର ଓହଳିଥିବ ତାକୁ ଗୋଟିଏମାସ ମଧ୍ୟରେ ତାକୁ ଉଚ୍ଚକୁ ଉଠାଇ ଦିଆଯିବ । ନିଯୁକ୍ତି ପାଇବାକୁ ଯାଉଥିବା ସ୍ୱତନ୍ତ୍ର ଅଧିକାରୀମାନେ ହାତୀର ଗତିବିଧି ଉପରେ ନଜର ରଖିବେ ।
କେରଳରେ ଓଡ଼ିଆ ଶ୍ରମିକମାନେ ଫସିଥିବା ସମ୍ପର୍କିତ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତର ଦେଇ ମନ୍ତ୍ରୀ କହିଲେ ଯେ, ସେମାନଙ୍କୁ ଉଦ୍ଧାର କରିବା ପାଇଁ ଶ୍ରମ ବିଭାଗର ଜଣେ ଅଧିକାରୀ ଆସନ୍ତାକାଲି କେରଳ ଯିବେ । ସେମାନଙ୍କୁ ଫେରାଇ ଅଣାଯିବ ଏବଂ ସେମାନଙ୍କ ପ୍ରାପ୍ୟ ମଧ୍ୟ ଦେବାର ବ୍ୟବସ୍ଥା କରାଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା