Connect with us

ଓଡିଶା

ମୁକେଶ ଅମ୍ବାନୀ ସୋମବାର ପୁରୀ ଆସିବେ

ସାଙ୍କେତିକ ଚିତ୍ର

ମୁକେଶ ଅମ୍ବାନୀ ସୋମବାର ପୁରୀ ଆସିବେ
ଭୁବନେଶ୍ୱର :- ଆଜିଠାରୁ ଜନତା ମୈଦାନ ଠାରେ ଆରମ୍ଭ ହୋଇଥିବା ୫ଦିନିଆ ଶିଳ୍ପ କୁମ୍ଭମେଳା ମେକ-ଇନ-ଓଡ଼ିଶା କନକ୍ଲେଭରେ ଯୋଗଦେବା ପାଇଁ ଦେଶର ଅନ୍ୟତମ ବିଶିଷ୍ଟ ଘରୋଇ ଶିଳ୍ପପତି ମୁକେଶ ଅମ୍ବାନୀ ଆସନ୍ତାକାଲି ପୁରୀର ତାଳବଣିଆ ଠାରେ ହେଲିକେପ୍ଟର ଯୋଗେ ଲ୍ୟାଣ୍ଡ କରିବେ । ସେଠାରୁ ଗାଡ଼ିଯୋଗେ ଶ୍ରୀମନ୍ଦିର ଆସିବେ । ତାଙ୍କର କୌଳିକ ପଣ୍ଡା ଶ୍ରୀଜୀଉମାନଙ୍କୁ ଦର୍ଶନ କରାଇବେ । ଶ୍ରୀ ଅମ୍ବାନୀ ତାଙ୍କର କନ୍ୟାର ବିବାହ ଆସନ୍ତା ଡିସେମ୍ବର ହେଉଥିବାରୁ ସେଥିପାଇଁ ନିମନ୍ତ୍ରଣ ପତ୍ର ଦେବାର ଅଛି ବୋଲି ତାଙ୍କର କୌଳିକ ପଣ୍ଡା କହିଛନ୍ତି । ଅପରପକ୍ଷରେ ତାଙ୍କର ପୁତ୍ର ଅନନ୍ତ ଅମ୍ବାନୀ ଭୁବନେଶ୍ୱରରୁ ପୁରୀ ରାସ୍ତାରେ ଗାଡ଼ିରେ ଆସି ମଧ୍ୟ ଦର୍ଶନ କରିବାର ଅଛି ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା