Connect with us

ଓଡିଶା

ମୁକେଶ ଅମ୍ବାନୀ ଶ୍ରୀମନ୍ଦିରକୁ ଧାଡ଼ିରେ ନଗଲେ କାଳିମାଡ଼ ଖାଇବେ- ଯୁବ କଂଗ୍ରେସ

ସାଙ୍କେତିକ ଚିତ୍ର

ମୁକେଶ ଅମ୍ବାନୀ ଶ୍ରୀମନ୍ଦିରକୁ ଧାଡ଼ିରେ ନଗଲେ କାଳିମାଡ଼ ଖାଇବେ- ଯୁବ କଂଗ୍ରେସ
ପୁରୀ ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଓଡ଼ିଶା ଗ୍ରସ୍ତକୁ ସ୍ୱାଗତ କରାଯାଇଛି । କିନ୍ତୁ ସୋମବାର ଦିନ ଶ୍ରୀମନ୍ଦିରକୁ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ କହିଛନ୍ତି ଶ୍ରୀଜଗନ୍ନାଥଙ୍କ ଆଗରେ ସବୁ ଭକ୍ତ ସମାନ । ପୁରୀବାସୀ ବି ଆଧାରକାର୍ଡ଼ ଧରି ଶ୍ରୀମନ୍ଦିର ଯାଇଛନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ । ଧାଡ଼ି ଦର୍ଶନକୁ ନେଇ ପୁରୀ ବନ୍ଦ ହୋଇଥିବାବେଳେ ଭଙ୍ଗାଭଙ୍ଗିକୁ ନେଇ ଶହଶହ ଯୁବକ ଏବେ ଜେଲରେ ଅଛନ୍ତି ।

ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସୁଥିବା ଶିଳ୍ପପତି ଧାଡ଼ିରେ ଯାଆନ୍ତୁ ଯଦି ଧାଡ଼ିରେ ନଯିବେ ତେବେ କାଳିମାଡ଼ ହେବ । ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ଶିଳ୍ପପତିମାନେ ମଧ୍ୟ ଧାଡ଼ିରେ ଯାଆନ୍ତୁ ବୋଲି ସୂଚନା ଦେଇଛନ୍ତି । ଏହାକୁ ନେଇ ପାଳ ଦଉଡ଼ିକୁ ସାପ ଭାବି ପୋଲିସ ସଜାଗ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା