Connect with us

ଅପରାଧ

ହାଇକୋର୍ଟ ବାର ଆସୋସିଏସନ ବୈଠକ ୩ ଆଇନଜୀବୀ ବହିଷ୍କୃତ

ସାଙ୍କେତିକ ଚିତ୍ର

ହାଇକୋର୍ଟ ବାର ଆସୋସିଏସନ ବୈଠକ
୩ ଆଇନଜୀବୀ ବହିଷ୍କୃତ
କଟକ,୨ ।୧୧ : ଆଇନଜୀବୀ-ପୋଲିସ ବିବାଦକୁ ଆଇନଜୀବୀଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବିଜେଡ଼ି ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ହୋଇଥିବା ଉଦ୍ୟମ ପାଇଁ ଆଜି ହାଇକୋର୍ଟ ବାର ଆସୋସିଏସନ ୩ଜଣ ଆଇନଜୀବୀଙ୍କୁ ବହିଷ୍କାର କରିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ହାଇକୋର୍ଟ ବାର ଆସୋସିଏସନର ଏକ ସାଧାରଣ ପରିଷଦ ବୈଠକ କରାଯାଇ ବିଜେଡ଼ି ଆଇନଜୀବୀ ସାମ୍ମୁଖ୍ୟର ଉପଦେଷ୍ଟା ଅସୀମ ଅଭିତାଭ ଦାସ, ଆବାହକ ମିଲନ କାନୁନଗୋ ଏବଂ ବାରର ପୂର୍ବତନ ଉପ ସଭାପତି ବଂଶୀଧର ଶତପଥିଙ୍କୁ ବହିଷ୍କାର କରାଯାଇଛି ।

ସେହପିରି ଓଡ଼ିଶା ଆଇନଜୀବୀ ପରିଷଦର ଅଧ୍ୟକ୍ଷ ଟହଲି ଚରଣ ମହାନ୍ତିଙ୍କୁ ମଧ୍ୟ ବାର ଆସୋସିଏସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ବୋଲି ହାଇକୋର୍ଟ ବାର ଆସୋସିଏସନର ସମ୍ପାଦକ ସତ୍ୟବ୍ରତ ମହାନ୍ତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିବ ବୋଲି ବାର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୯ ତାରିଖରେ ହାଇକୋର୍ଟରେ ଆଇନଜୀବୀ ଓ ପୋଲିସ ଗଣ୍ଡଗୋଳ ମାମଲାର ଶୁଣାଣି ପରେ ବାର ଆସୋସିଏସନ ପରବର୍ତି କାର୍ଯ୍ୟପନ୍ଥା ସ୍ଥିର କରିବ । ତଦନ୍ତ କରୁଥିବା ଆଇଜିଙ୍କୁ ୯ ତାରିଖ ମଧ୍ୟରେ ପୋଲିସର ଓକିଲଙ୍କୁ ମାଡ଼ ମାରିବା ମାମଲାର ତଦନ୍ତ ସାରି ରିପୋର୍ଟ ଦାଖଲ କରିବା ପାଇଁ ମହଲତ ଦେଇଛନ୍ତି ହାଇକୋର୍ଟ ।

ତେବେ ଆନ୍ଦୋଳନରତ ଆଇନଜୀବୀ ମାନେ ବିଜେଡ଼ି ଆଇନଜୀବୀ ସାମୁଖ୍ୟର ଏହି କାର୍ଯ୍ୟକର୍ତାଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଆସୁଥିଲେ । ସମସ୍ତ ବାର ତଥା ଉପସ୍ଥିତ ସଭ୍ୟ, କର୍ମକର୍ତା ତଥା ଉପସ୍ଥିତ ସମସ୍ତ ଆଇନଜୀବୀଙ୍କ ମତାମତ ନିଆଯିବା ପରେ ଆସୋସିଏସନ ପକ୍ଷରୁ ସର୍ବସମ୍ମତି କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନା ଥାଉକି ଗତ ଦୁଇ ମାସରୁ ଉର୍ଦ୍ଧ ଦିନ ଧରି ପୋଲିସର ଆଇନଜୀବୀଙ୍କ ମାଡ଼ ମାରିବା ଘଟଣାରେ ଆନ୍ଦୋଳନ ଚାଲିଥିବା ବେଳେ ଗତ ୨୭ ତାରିଖ ଦିନ ବିଜେଡ଼ି ଆଇନଜୀବୀ ସାମ୍ମୁଖ୍ୟ ଏହି ଆନ୍ଦୋଳନରୁ ଓହରି ଯାଇଥିଲା । ଏପରିକି କାର୍ଯ୍ୟରେ ଯୋଗଦାନ କରିବା ପାଇଁ ମଧ୍ୟ ଘୋଷଣା କରିଥିଲା । ଯାହାକୁ ନେଇ ଗତ ୨୯ ତାରିଖ ଦିନ ହାଇକୋର୍ଟ ପରିସରରେ ଉତେଜନା ଦେଖା ଦେବା ସହ ଦୁଇ ଆଇନଜୀବୀ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ