Connect with us

ଓଡିଶା

ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଆମର ହକ୍ : ନବୀନ

ସାଙ୍କେତିକ ଚିତ୍ର

ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଆମର ହକ୍ : ନବୀନ
ଭୁବନେଶ୍ୱର,୨ା୧୧ : ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇ ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଜନସଂପର୍କ ପଦଯାତ୍ରା ଆଜି ୪୩ ନମ୍ବର ୱାର୍ଡର ଲକ୍ଷ୍ମୀସାଗର ମେଳନ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାରେ ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କୁ ସ୍ୱାଗତ କରିଥିଲେ ।

ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ସାରା ରାଜ୍ୟରେ ବେଶ୍ ଭଲ ଭାବରେ ଚାଲିଛି । ଏଥିପାଇଁ ଆମର କର୍ମୀ ଭାଇ-ଭଉଣୀମାନଙ୍କୁ ମୋର ଧନ୍ୟବାଦ । ଆମେ କଥା ନୁହେଁ, କାମରେ ବିଶ୍ୱାସ କରୁ । ମୁଁ ଆପଣମାନଙ୍କୁ ୪ଟି କଥା କହିଥିଲି । ନମ୍ବର ୧- ଖାଦ୍ୟ ସୁରକ୍ଷା, ନମ୍ବର ୨- ଘର, ନମ୍ବର ୩-ସ୍ୱାସ୍ଥ୍ୟ ଓ ନମ୍ବର ୪- ସାମାଜିକ ନିରାପତ୍ତା । ଭାରତ ସରକାରଙ୍କ ନିୟମରେ ବହୁ ଗରିବ ଲୋକ, ଯୋଗ୍ୟ ହିତାଧିକାରୀ ଏସବୁ ସୁବିଧାରୁ ବଞ୍ଚିତ ହେଲେ, ଏହା ମୋତେ ବହୁତ ବାଧିଲା । ଆପଣଙ୍କ ଟଙ୍କାରେ, ଓଡ଼ିଶବାସୀଙ୍କ ଟଙ୍କାରେ ଆମେ ଆରମ୍ଭ କଲୁ- ବିଜୁ ପକ୍କା ଘର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ମଧୁବାବୁ ପେନ୍ସନ୍ ଓ ଆହୁରି ଅନେକ ସାମାଜିକ ନିରାପତ୍ତା ଯୋଜନା । ଏହି କାର୍ଯ୍ୟକ୍ରମର ସୁବିଧା ଯେପରି ସବୁ ହିତାଧିକାରୀଙ୍କ ପାଖରେ ପହଞ୍ôଚପାରିବ, ସେଥିପାଇଁ ଆମେ କାମ କରୁଛୁ । ବସ୍ତିର ଗରିବ ଲୋକଙ୍କ କଲ୍ୟାଣ ପାଇଁ ଆମେ ଅନେକ ପଦକ୍ଷେପ ନେଇଛୁ । ସେମାନଙ୍କ ପାଇଁ ମଧ୍ୟ ହାଉସିଂ ପ୍ରୋଜେକ୍ଟ କରାଯାଇଛି । ସମସ୍ତଙ୍କ ବିକାଶ ବିଜୁ ଜନତା ଦଳର ଲକ୍ଷ୍ୟ, ଏ ଦିଗରେ ଆମେ କାମ କରି ଚାଲିବା ।
ଆପଣମାନେ ଜାଣନ୍ତି ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଜେଡି-ବିଜେପି ଏକାଠି ସରକାର କରିଥିଲେ । ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବା ପାଇଁ ଆମେ ଏକାଠି ଲଢ଼ୁଥିଲୁ । ୨୦୦୯ ପରେ ବିଜୁ ଜନତା ଦଳ ଓ ବିଜେପି ଏଥିପାଇଁ ତାଙ୍କର ଲଢ଼େଇ ଜାରି ରଖିଛନ୍ତି । ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ନିର୍ବାଚନୀ ଇସ୍ତାହାରରେ ପ୍ରଥମ ଏଜେଣ୍ଡା ଥିଲା ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ କରିବା । ଏହା ଦେଖି ମୁଁ ସବୁଠାରୁ ବେଶୀ ଖୁସି ହୋଇଥିଲି । ଆଶା ଥିଲା ଓଡ଼ିଶାବାସୀ ନ୍ୟାୟ ପାଇବେ ।

ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦ୍ୱାରା ଓଡ଼ିଶାର ଯୁବକମାନେ ସବୁଠାରୁ ଅଧିକ ସୁଯୋଗ ପାଇବେ । ଓଡ଼ିଶାକୁ ଟ୍ୟାକ୍ସ ରିବେଟ୍ ମିଳିବ । ଅନେକ ଶିଳ୍ପ ଆସିବ, ନିଯୁକ୍ତିର ସୁଯୋଗ ମଧ୍ୟ ବଢ଼ିବ । ନମ୍ବର ୨ରେ ଲାଭ ହେବ, ବର୍ତ୍ତମାନ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ଭାଗ ପଚାଶ-ପଚାଶ ରହୁଛି । କିନ୍ତୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପାଇଲେ, ଏହି ଭାଗ ନବେ ଓ ଦଶ ପ୍ରତିଶତ ରହିବ । ଏହାଦ୍ୱାରା ବଳକା ଅର୍ଥକୁ ଆମେ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ଅନ୍ୟାନ୍ୟ ବିକାଶ କାମରେ ଖର୍ଚ୍ଚ କରିପାରିବା । କିନ୍ତୁ ଦୁଃଖର କଥା, ଚୌକି ପାଇଁ ବିଜେପି ତା’ର ପ୍ରତିଶ୍ରୁତିକୁ ଭୁଲି ଗଲା । ଓଡ଼ିଶାବାସୀଙ୍କ ଆଶା ଆଶାରେ ହିଁ ରହିଗଲା । ଆପଣମାନେ ଜାଣନ୍ତି, ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା