Connect with us

ଓଡିଶା

ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ହେବେ ଓଏଚଆରସିର ଅଧ୍ୟକ୍ଷ

ସାଙ୍କେତିକ

ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ହେବେ ଓଏଚଆରସିର ଅଧ୍ୟକ୍ଷ
ଭୁବନେଶ୍ୱର,୧୯ା୧୨ : ଓଡ଼ିଶା ରାଜ୍ୟ ମାନବିକ ଅଧିକାର କମିଶନର ଅଧ୍ୟକ୍ଷ ପଦବୀ ପାଇଁ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ନିଆଯାଇଛି । ସେହିପରି ଖାଲି ପଡ଼ିଥିବା ଅନ୍ୟ ଦୁଇଟି ସଭ୍ୟ ପଦବୀରେ ହାଇକୋର୍ଟର ବିଚାରପତିଙ୍କୁ ନିଯୁକ୍ତି ଦେବା ଲାଗି ସ୍ଥିର କରାଯାଇଛି । ଆଜି ସନ୍ଧ୍ୟାରେ ରାଜ୍ୟ ଅତିଥି ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଚସ୍ପତି, ବିରୋଧି ଦଳ ନେତା ଏବଂ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ । ବୈଠକ ପରେ ବିରୋଧି ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ, ବୈଠକରେ ସୁପାରିଶ ହୋଇଥିବା ନାମ ତାଲିକା ରାଜ୍ୟପାଳନଙ୍କ ନିକଟକୁ ପଠାଯିବ । ରାଜ୍ୟପାଳଙ୍କର ଅନୁମୋଦନ କ୍ରମେ ଅଧ୍ୟକ୍ଷ ଏବଂ ସଭ୍ୟ ମାନଙ୍କର ନାମ ବିଧିବଦ୍ଧ ଭାବେ ଘୋଷଣା ପରେ ନିଯୁକ୍ତି ଦିଆଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା