Connect with us

ଓଡିଶା

ବରିଷ୍ଠ ନାଗରିକ ଆମ ସମାଜର ସମ୍ପଦ : ମୁଖ୍ୟମନ୍ତ୍ରୀ

ସାଙ୍କେତିକ

ବରିଷ୍ଠ ନାଗରିକ ଆମ ସମାଜର ସମ୍ପଦ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୮ା୧୨: ବରିଷ୍ଠ ନାଗରିକଙ୍କୁ ଛାଡି ସମାଜର ବିକାଶ କଳ୍ପନା କରାଯାଇନପାରେ । ସେମାନେ ହେଉଛନ୍ତି ଜ୍ଞାନର ବୃକ୍ଷ । ତାଙ୍କର ଅନୁଭୂତି ଓ ଜ୍ଞାନ କୌଣସି ବହିରେ ମିଳିବନି । ସେମାନେ ହେଉଛନ୍ତି ଜ୍ଞାନ ଓ ଅନୁଭୂତିର ଉତ୍ସ । ଯୁବ ପୀଢୀଙ୍କ ପାଇଁ ସେମାନେ ପ୍ରେରଣା । ସେମାନେ ସମାଜର ସମ୍ପଦ ବୋଲି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଫେଡେରେସନ୍ ଅଫ୍ ସିନିୟର ସିଟିଜେନ୍ ଆସୋସିଏସନ୍ ଓଡିଶାର ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ସେ କହିଛନ୍ତିି ଯେ ବିଭିନ୍ନ ଯୋଜନାରେ ରାଜ୍ୟର ୨୭ ଲକ୍ଷ ବରିଷ୍ଠ ନାଗରିକ ମାନଙ୍କୁ ସାମିଲ କରାଯାଇ ଭତା ପ୍ରଦାନ କରାଯାଉଛି । ୨୦୧୬ରେ ସେମାନଙ୍କ ପାଇଁ ଓଡିଶା ବରିଷ୍ଠ ନାଗରିକ ନୀତି ପ୍ରଚଳନ କରାଯାଇଥିଲା । ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ ୨୦୦ ଶଯ୍ୟା ବିଶିଷ୍ଟ ଜରା ନିବାସ କରାଯିବ । ବରିଷ୍ଠ ନାଗରିକଙ୍କ ପାଇଁ ପ୍ରତି ଜିଲ୍ଲା ଚିକିତ୍ସାଳୟରେ ଜେରିଆଟ୍ରିକ୍ ୱାର୍ଡ , କାଉନସେଲିଂ ସେଂଟର କରଯାଇଛି । ସେମାନଙ୍କ ସୁରକ୍ଷାଙ୍କୁ ଅଗ୍ରାଧିକାର ଦିଆଯାଉଛି । ପ୍ରତି ଥାନାରେ ସେମାନଙ୍କ ଲାଗି ପରିଷ୍ଠ ନାଗରିକ ସୁରକ୍ଷା ସେଲ୍ ଖୋଲାଯାଇଛି । ସାମାଜିକ , ଅର୍ଥନୈତିକ ଓ ସ୍ୱାସ୍ଥ୍ୟସେବା ବ୍ୟତୀତ ବରିଷ୍ଠ ନାଗରିକ ମାନଙ୍କ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ବ୍ୟବସ୍ଥା କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ , ବିଧାୟକ ପ୍ରିୟଦର୍ଶୀ ମିଶ୍ର , ମେୟର ଅନନ୍ତ ନାରାୟଣ ଜେନା , ଫେଡେରେସନ୍ ର ଜାତୀୟ ସଭାପତି ଓ ରାଜ୍ୟ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା