Connect with us

ଓଡିଶା

ଖୁବ୍ ଶୀଘ୍ର ଓଡିଶା ଫେରିବ ବିଜୁ ବାବୁଙ୍କ ‘ଡାକୋଟା’

ସାଙ୍କେତିକ

ଖୁବ୍ ଶୀଘ୍ର ଓଡିଶା ଫେରିବ ବିଜୁ ବାବୁଙ୍କ ‘ଡାକୋଟା’
ଭୁବନେଶ୍ୱର, ୧୬ ଜାନୁଆରୀ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ ଖୁବ୍ ଶୀଘ୍ର ଓଡିଶା ଫେରିବ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବେସାମରିକ ବିମାନ ଚଳାଚଳ ବିଭାଗକୁ ଚିଠି ଲେଖାଯିବ । ଗୁରୁବାର ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି ବୋଲି ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବେଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏହି ବିମାନ ଏବେ କୋଲକାତା ବିମାନ ବନ୍ଦରରେ ଅଛି ।

ଉଲ୍ଲେଖଯୋଗ୍ୟ, ବେସାମରିକ ବିମାନ ଚଳାଚଳ କର୍ତୃପକ୍ଷଙ୍କ ପକ୍ଷରୁ ଅନୀଲ କୁମାର ଗର୍ଗ ଏକ ଚିଠି ଲେଖି ଡାକୋଟା ବିମାନ ଫେରାଇ ନେବା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ଏହି ଚିଠି ଅନୁସାରେ, ୨୦୧୭ ମସିହା ଡିସେମ୍ବରରେ ବେସାମରିକ ବିମାନ ଚଳାଚଳ କର୍ତୃପକ୍ଷ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବଙ୍କୁ ଏକ ଚିଠି ଲେଖିଥିଲେ । ଡାକୋଟା ବିମାନ ଫେରାଇ ନେବାକୁ ଚିଠିରେ କୁହାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା