Connect with us

ଆଞ୍ଚଳିକ

ସ୍ୱର୍ଗଦ୍ୱାରରେ ଉଚ୍ଛେଦ ଆରମ୍ଭ

ସାଙ୍କେତିକ

ମଙ୍ଗୁମଠର ମନ୍ଦିର ଦୃଶ୍ୟମାନ ହେଲା
ସ୍ୱର୍ଗଦ୍ୱାରରେ ଉଚ୍ଛେଦ ଆରମ୍ଭ
ପୁରୀ, ୧୦ ଡ଼ିସେମ୍ବର – ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ପାଇଁ ଚାଲିଥିବା ଉଚ୍ଛେଦ କାର୍ଯ୍ୟର ଚତୁର୍ଥ ଦିନରେ ସିଂହଦ୍ୱାର ଭକ୍ତ ନିବାସ ଭଙ୍ଗା ହେବା ପରେ କର ରେଷ୍ଟୁରାଂଟକୁ ଭଙ୍ଗାଯାଇଛି । ସେଠାରେ ଥିବା ଗୋଟିଏ ତିନିମହଲା କୋଠାକୁ ସତର୍କତାର ସହ ଭାଙ୍ଗିବା ପାଇଁ ବହୁ ସମୟ ବ୍ୟୟ ହୋଇଥିଲା । ମନ୍ଦିର ନଭାଙ୍ଗିବା ପାଇଁ ବୁଲଡୋଜର ଧିରେ ଧିରେ ଉପରପଟୁ ଭାଙ୍ଗିଥିଲା । କୋଠାଟି ଭାଙ୍ଗିଯିବା ପରେ ମଙ୍ଗୁମଠର ମୂଳମନ୍ଦିର ଦୃଶ୍ୟମାନ ହୋଇଛି । ମନ୍ଦିରର ଚାରିପଟକୁ ଘେରିଯାଇ ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତି ଲଜ୍ ଓ ଗୃହ ନିର୍ମାଣ କରିଥିଲେ । ଯାହାଫଳରେ ମୂଳ ମନ୍ଦିରଟି ଭିତରେ ରହିଯାଇଥିଲା । ମନ୍ଦିର ଚାରିପଟ ତିନିମହଲା କୋଠା ନିର୍ମାଣ ଯୋଗୁଁ ମନ୍ଦିରଟି ଅଛି କି ନାହିଁ ତାହା ମଧ୍ୟ ବାହାରକୁ ଜଣାପଡୁନଥିଲା । ଯୋଶୀ ଭୋଜନାଳୟ, ଶ୍ୟାମାକାଳୀ କ୍ଲବ, ପନ୍ତିଘର, କର ରେଷ୍ଟୁରାଂଟ, ସିଂହଦ୍ୱାର ଭକ୍ତ ନିବାସ, ଜୋତା ଷ୍ଟାଣ୍ଡ, ମାମୁନି ଲଜ ଆଦି ଭଙ୍ଗାକାର୍ଯ୍ୟ ଚାଲିଛି । ଦୋଳମଣ୍ଡପ ସାହିପଟୁ କେତୋଟି ଦୋକାନ ରହିଯାଇଛି । ତାହା ଆସନ୍ତାକାଲି ଭଙ୍ଗାଯିବାର କାର୍ଯ୍ୟକ୍ରମ ରହିଛି ।
ସ୍ୱର୍ଗଦ୍ୱାରରେ ମଧ୍ୟ ଉଚ୍ଛେଦ ଆରମ୍ଭ : ସ୍ୱର୍ଗଦ୍ୱାର ପରିସର ଭିତରେ ଥିବା ପନ୍ତିଶ୍ରାଦ୍ଧ ମଣ୍ଡପଟିକୁ ଭଙ୍ଗାଯାଇଛି । ତା ପାଖରେ ଥିବା ଗୋଟିଏ ପୁରୁଣା ବିଶ୍ରାମ ଗୃହ ମଧ୍ୟ ଭଙ୍ଗାଯାଇଛି । ସ୍ୱର୍ଗଦ୍ୱାରର ଦକ୍ଷିଣପାଶ୍ୱର୍ରେ ଥିବା ଗଳି ରାସ୍ତାକୁ ଲାଗି ଏହି ସବୁ ଘର ରହିଥିଲା । ବାମପାଶ୍ୱର୍ରେ କାଠଅଡ଼ା, ଦୁଇଟି ସ୍ମୃତିସ୍ତମ୍ଭ ଏବଂ ଶ୍ମଶାନକାଳୀ ମନ୍ଦିରକୁ ଲାଗି କେତୋଟି ଅସ୍ଥାୟୀ ଘର ରହିଛି । ତାହାକୁ ମଧ୍ୟ ଭଙ୍ଗାଯିବ । ପରେ ପରେ ବିଜୁ ସମାଧି ପୀଠକୁ ଭାଙ୍ଗି ଦିଆଯିବ । ସେହି ଅଂଚଳରେ ନୂତନ ମଡେଲ୍ ଭାବେ ୧୪ଟି ଶବଦାହ କରିବା ପାଇଁ ବ୍ୟବସ୍ଥା କରାଯିବ । ଖୁବଶୀଘ୍ର ଉଚ୍ଛେଦ କାର୍ଯ୍ୟ ଶେଷହେଲେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ପୁରୀ ପୌରସଂସ୍ଥା, ପୁଲିସ ପ୍ରଶାସନ ଉପସ୍ଥିତ ରହି ଏହି ଉଚ୍ଛେଦ କାର୍ଯ୍ୟ ଚାଲୁ ରଖିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ