Connect with us

ଓଡିଶା

ସୋନିଆ ଗାନ୍ଧୀଙ୍କୁ ଭେଟିଲେ ଓଡ଼ିଶାର କଂଗ୍ରେସ ନେତା ଓ ମହିଳା କଂଗ୍ରେସ ନେତ୍ରୀ

ସାଙ୍କେତିକ

ସୋନିଆ ଗାନ୍ଧୀଙ୍କୁ ଭେଟିଲେ ଓଡ଼ିଶାର କଂଗ୍ରେସ ନେତା ଓ ମହିଳା କଂଗ୍ରେସ ନେତ୍ରୀ
ଭୁବନେଶ୍ୱର , ୧୦ ଡିସେମ୍ବର – ଗତ ୯ ତାରିଖ ଅପରାହ୍ନରେ ସଂସଦ ଭବନର ୨୪ ନଂ ପ୍ରକୋଷ୍ଠରେ ଅଖିଳ ଭାରତ କଂଗ୍ରେସ କମିଟିର ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି ଓଡ଼ିଶା ମହିଳା କଂଗ୍ରେସ ଓ କଂଗ୍ରେସର ନେତୃବୃନ୍ଦ । ସୋନିଆଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବା ସହ ସେମାନେ ଓଡ଼ିଶା କଂଗ୍ରେସର ସାଂଗଠନିକ ସ୍ଥିତି ସମ୍ପର୍କରେ ତାଙ୍କ ସହ ବିଶଦ ଆଲୋଚନା କରିଥିଲେ ।

ଗତ ସାଧାରଣ ନିର୍ବାଚନରେ ଓ ଉପନିର୍ବାଚନ ଗୁଡ଼ିକରେ ଦଳର ଶୋଚନୀୟ ପରାଜୟ ଦଳକୁ ତୃତୀୟ ସ୍ଥାନରେ ସ୍ଥାନିତ କରିଥିବା ବେଳେ କର୍ମୀମାନଙ୍କ ମନୋବଳ ଦୁର୍ବଳ ହୋଇ ପଡ଼ିଛି । ପିସିସି ସଭାପତିଙ୍କ ଦୁର୍ବଳ ନେତୃତ୍ୱ, ପାରିବାରିକ ରାଜନୀତି, ଦଳ ଇସ୍ତାହାର ନାମରେ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶୃତି ପାଳନ ନ କରିବା, ନିର୍ବାଚନ ପରିଚାଳନାରେ ବ୍ୟାପକ ତୃଟି ଆଦି ସମ୍ପର୍କରେ ସେମାନେ କଂଗ୍ରେସ ଅଧ୍ୟକ୍ଷାଙ୍କୁ ଅବଗତ କରାଇଥିଲେ । ବର୍ତ୍ତମାନର ପିସିସି ସଭାପତି କଂଗ୍ରେସ ଦଳକୁ ଓଡ଼ିଶାରେ ଆଉ ସଂଗଠିତ କରି ପାରିବ ନାହିଁ ଓ ଜଣେ ଯୁବ ନେତୃତ୍ୱ ଦୃଢମନା ହୋଇ ସଂଗ୍ରାମ ଜାରୀ ରଖିଲେ ଦଳ ଅଧିକ ସଂଗଠିତ ହୋଇ ଓ ବର୍ତ୍ତମାନ ସ୍ଥିତିରେ ବିଧାୟକ ମହମ୍ମଦ ମୋକିମ ଏଥିପାଇଁ ଉପଯୁକ୍ତ ଏବଂ ତାଙ୍କର ଗ୍ରହଣୀୟତା ରହିଛି ବୋଲି ସେମାନେ ଅଧ୍ୟକ୍ଷାଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ ।

ଶ୍ରୀଯୁକ୍ତ ମୋକିମ ପୂର୍ବରୁ ପିସିସିର କୋଷାଧ୍ୟକ୍ଷ ଓ ବିଭିନ୍ନ ପଦ ପଦବୀରେ ରହି ସଫଳତାର ସହ ପ୍ରାୟ ୪ଜଣ ପୂର୍ବତନ ପିସିସି ସଭାପତିଙ୍କ ସହ ଦକ୍ଷତାର ସହ କାର୍ଯ୍ୟକରି ସଂଗଠନକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସର୍ବୋପରି ସେ ଛାତ୍ର ଜୀବନରୁ ଛାତ୍ର ସଂସଦର ସଭାପତି, ସିନେଟ ମେମ୍ବର ଓ ସଫଳ ଉଦ୍ୟୋଗୀ ଏବଂ ବର୍ତ୍ତମାନ ସମ୍ମାନଜନକ କଟକର ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜନ୍ମ ଦିନରେ ମହିଳା କଂଗ୍ରେସ କର୍ମକର୍ତ୍ତାମାନେ ଜଗନ୍ନାଥଙ୍କର ଅଙ୍ଗବସ୍ତ୍ର ତାଙ୍କୁ ଦେଇ ତାଙ୍କର ସୁସ୍ଥ ନିରାମୟ ଜୀବନ କାମନା କରିବା ସହ ତାଙ୍କୁ ବଧାଇ ଜଣାଇଥିଲେ । ଓଡ଼ିଶାରେ କଂଗ୍ରେସ ସଂଗଠନକୁ ସୁଧାରିବା ପାଇଁ ଅଧ୍ୟକ୍ଷା ଦୃଢ ନିଷ୍ପତ୍ତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେମାନେ ଆଶା ପୋଷଣ କରିଛନ୍ତି ।

ପିସିସି ସମ୍ପାଦକ ସତ୍ୟାନନ୍ଦ ରାଉତଙ୍କ ନେତୃତ୍ୱରେ ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ, ଏଆଇସିସି ସଦସ୍ୟ ନିକୁଞ୍ଜ ପଶାୟତ, ପୂର୍ବତନ ମହିଳା ପ୍ରଦେଶ କଂଗ୍ରେସ ସଭାନେତ୍ରୀ ସନ୍ଧ୍ୟା ମହାପାତ୍ର, ପୂର୍ବତନ ପ୍ରଦେଶ କଂଗ୍ରେସ ମହିଳା ସମ୍ପାଦିକା ଶୈଳବାଳା ଜେନା, ପୂର୍ବତନ ପ୍ରଦେଶ କଂଗ୍ରେସ ମହିଳା ସାଧାରଣ ସମ୍ପାଦିକା ଗିରିବାଳା ବେହେରା, ବିଶ୍ୱକଲ୍ୟାଣୀ କର, ପରଜନା ତବ୍ସୁମ୍, ଆରତୀ ସ୍ୱାଇଁ ପ୍ରମୁଖ ଶ୍ରୀମତୀ ଗାନ୍ଧୀଙ୍କୁ ଭେଟିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା