Connect with us

ଆଞ୍ଚଳିକ

ଧାଡି ଦର୍ଶନ ପାଇଁ ପ୍ରଥମ ଖୁଂଟ ବସିଲା

ସାଙ୍କେତିକ

ଧାଡି ଦର୍ଶନ ପାଇଁ ପ୍ରଥମ ଖୁଂଟ ବସିଲା
ପୁରୀ, ୧୧ ଡ଼ିସେମ୍ବର – ନୂଆବର୍ଷ ଆରମ୍ଭରୁ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ପାଇଁ ଧାଡି ଦର୍ଶନର ବ୍ୟବସ୍ଥା କରାଯାଉଛି । ଏଥିପାଇଁ ଖରା ବର୍ଷାରୁ ରକ୍ଷା ପାଇବା ପାଇଁ ଲୁହା ବିମ୍ ଉପରେ ଛାଉଣି କରାଯାଉଛି । ସେଥିପାଇଁ ବଡଦାଣ୍ଡ ଖୋଳାଯାଇ କଂକ୍ରିଟ ଖୁଂଟରେ ନଟବୋଲ୍ଟ ଲଗାଯାଇଛି ।

ପ୍ରଥମ ଖୁଂଟକୁ ପୂଜାର୍ଚ୍ଚନା ସହ ସ୍ଥାପନ କରାଯାଇଛି । ପରେ ପରେ ଅନ୍ୟ ଖୁଂଟଗୁଡିକ ବସାଯିବା ପରେ ଛାଉଣି କରାଯିବ । ଛାଉଣି ତଳେ ଭକ୍ତମାନଙ୍କ ପାଇଁ ଯିକ୍ ଯାକ ବ୍ୟାରିକେଡ କରାଯିବ । ମଝିରେ ପାନୀୟଜଳ ବ୍ୟବସ୍ଥା ହେବ । ପ୍ରଥମରୁ ଚପଲ, ଛତା, ଜୋତା ଓ ମୋବାଇଲ ରଖାଯିବା ପରେ ଭକ୍ତମାନଙ୍କର ଗୋଡ ଧୋଇବା ପାଇଁ ବ୍ୟବସ୍ଥା କରାଯିବ ।

ଏହି ବ୍ୟବସ୍ଥାକୁ ନୂଆବର୍ଷ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଡିସେମ୍ବର ୨୫ ବଡଦିନ ପୂର୍ବରୁ ସମସ୍ତ ବ୍ୟବସ୍ଥାର ରୂପରେଖ ସଂପୂର୍ଣ୍ଣ କରାଯିବ । ଏଥିପାଇଁ ଠିକାଦାରୀ ସଂସ୍ଥା ଓ ଇଂଜିନିୟରମାନେ ଦିନରାତି ସେଠାରେ ରହି ପାଇପ ଓଲ୍ଡିଂ, ଫିଟିଂ ଓ ରଙ୍ଗ କରିବାରେ ବ୍ୟସ୍ତ ରହିଛନ୍ତି । ଏହା ସହ ସିଂହଦ୍ୱାରରେ ଥିବା ସବୁ କଂଟେନରଗୁଡିକୁ ଗୋଟିଏ ରଙ୍ଗରେ ରଙ୍ଗାୟିତ କରାଯାଇ ଆକର୍ଷଣୀୟ କରାଯାଉଛି । ୪ ଜଣ ରଙ୍ଗମିସ୍ତ୍ରୀ ଏହି କାମରେ ନିୟୋଜିତ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ