Connect with us

ଓଡିଶା

ସାମାଜିକ ଓ ଅର୍ଥନୈତିକ ଭିତିରେ ଜନଗଣନା ପାଇଁ କ୍ୟାବିନେଟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

ସାଙ୍କେତିକ

ସାମାଜିକ ଓ ଅର୍ଥନୈତିକ ଭିତିରେ ଜନଗଣନା ପାଇଁ କ୍ୟାବିନେଟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର,୧୫ ଜାନୁଆରୀ – ସାମାଜିକ ଓ ଅର୍ଥନୈତିକ ଭିତିରେ ଅଗାମୀ ଜନଗଣନା କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଏହି ଚିଠିରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠି ଦର୍ଶାଇଛନ୍ତି ଯେ, ୧୯୩୧ ମସିହାରେ ସାଧାରଣ ଜନଗଣନା କରାଯାଇଥିଲା । ତା ପରଠାରୁ ଜନଗଣନା ହୋଇ ନାହିଁ । ଏବେ ୨୦୨୧ରେ ଜନଗଣନା ହେବାକୁ ଯାଉଛି । ପୂର୍ବ ଜନଗଣନାରେ ଏସସିବିସି ଓ ଓବିସିଙ୍କର ଜନସଂଖ୍ୟା କେତେ ତାର ସଠିକ୍ ତଥ୍ୟ ନାହିଁ । ରାଜ୍ୟ ସରକାର ଏହି ବର୍ଗର ଲୋକମାନଙ୍କ ପାଇଁ ବିକାଶ ଲାଗି ଯୋଜନା କରିବାକୁ ଚାହୁଁଥିଲା ବେଳେ ଏ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ଗତ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅର୍ଥନୈତିକ ଭିତିରେ ଜନଗଣନା କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏଥିପାଇଁ ଜନଗଣନା ଫର୍ମରେ ସ୍ୱତନ୍ତ୍ର ଅନୁଚ୍ଛେଦ ରଖିବା ନତୁବା ଆଉ ଏକ ପୃଷ୍ଠା ସଂଯୋଗ କରିବା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କେନ୍ଦ୍ରୀୟ କ୍ୟାବିନେଟ ସଚିବଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା