Connect with us

ଓଡିଶା

ସ୍କୁଲ ଅଟୋ ପୋଖରୀକୁ ଓଲଟିଲା

ସାଙ୍କେତିକ

ସ୍କୁଲ ଅଟୋ ପୋଖରୀକୁ ଓଲଟିଲା : ବଡ ଦୁର୍ଘଟଣାରୁ ବର୍ତିଲେ ୧୦ ଛାତ୍ରଛାତ୍ରୀ
ଧର୍ମଶାଳା, ୩୧ ଜାନୁଆରୀ – ଆଜି ସକାଳ ପ୍ରାୟ ସାଢେ ୭ଟା ସମୟରେ ଏକ ଘରୋଇ ସ୍କୁଲର ରସୁଲପୁର ବ୍ଲକସ୍ଥିତ ଅତଲାପୁର ମସଜିଦ ନିକଟରେ ଅଟୋ ଭାରସାମ୍ୟ ହରାଇ ଏକ ପୋଖରୀରେ ଓଲଟି ପଡିଥିଲା । ଫଳରେ ଅଟୋ ଭିତରରେ ଥିବା ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ନିକଟସ୍ଥ ହରିପୁର ପ୍ରାଥମିକ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଚିକିତ୍ସିତ ପରେ ସେମାନଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଥିବା ଜଣାପଡିଛି ।
ଘଟଣାରୁ ପ୍ରକାଶ ଯେ, ଆଜି ସକାଳ ସାଢେ ୭ଟା ସମୟରେ ରସୁଲପୁର ବ୍ଲକ ଅତଲାପୁର ପଂଚାୟତସ୍ଥ ସ୍ଥାନୀୟ ଅତଲାପୁର ଓ ରାଜେନ୍ଦ୍ରପୁର ଗ୍ରାମରୁଏକ ଟାଟା ମ୍ୟାକ୍ସ ଅଟୋ ନଂ (ଓଆର୦୪ଏନ୮୬୫୭) ୧୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀମାନଙ୍କୁ ନେଇ କୁଆଖିଆସ୍ଥିତ ଓଳାରି ନିକଟରେ ଥିବା ଏସଏଫ ଜୋସେଫ ସ୍କୁଲକୁ ଆସୁଥିବା ବେଳେ ଏହି ବ୍ଲକ ଅତଲାପୁର ଗ୍ରାମ ଠାରେ ଥିବା ମସଜିଦ ନିକଟରେ ଭାରସାମ୍ୟ ହରାଇ ପୋଖରୀ ମଧ୍ୟକୁ ଓଲଟି ପଡିଥିଲା । ଛାତ୍ରଛାତ୍ରୀମାନଙ୍କର ଚିକ୍ରାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପଂହଚି ଗାଡି ଭିତରୁ ୧୦ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ହରିପୁର ପ୍ରାଥମିକ

ଚିିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ପିଲାମାନଙ୍କୁ ସେମାନଙ୍କ ଅବିଭାବକଙ୍କ ଜିମାରେ ଛାଡି ଦିଆଯାଇଥିବା ଜଣାପଡିଛି । ଖବର ପାଇ କୁଆଖିଆ ଥାନା ପୁଲିସ ଘଟଣାସ୍ଥଳରେ ପଂହଚି ଗାଡି ଜବତ କରିବା ସହିତ ପ୍ରଥମାଖଣ୍ଡ ପଂଚାୟତ ଦାମୋଦରପୁର ଗ୍ରାମର ଅଟୋ ଡ୍ରାଇଭର ଅର୍ଜ୍ଜୁନ ପଣ୍ଡାଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ନେଇ ଏଏସଆଇ ଅମୂଲ୍ୟ କୁମାର ମିଶ୍ର ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାକୁ ନେଇ ଅବିଭାବକମାନେ ଅଭିଜ୍ଞ ଡ୍ରାଇଭର,ଅତ୍ୟାଧୁନିକ ଗାଡିର ବ୍ୟବସ୍ଥା କରିବା ସହ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସ୍କୁଲ କର୍ତୃପକ୍ଷ ତୁଲାଇବାକୁ ଦାବି କରିଥିଲେ । ସ୍କୁଲ କର୍ତୃପକ୍ଷ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା