Connect with us

ଆଞ୍ଚଳିକ

ବ୍ରାହ୍ମଣୀ ସ୍ରୋତସ୍ୱିନୀ ନାମରେ ଆଉ ପାପର ବୋଝ ଦିଆନଯାଉ – କଂଗ୍ରେସ

ସାଙ୍କେତିକ

ବ୍ରାହ୍ମଣୀ ସ୍ରୋତସ୍ୱିନୀ ନାମରେ ଆଉ ପାପର ବୋଝ ଦିଆନଯାଉ – କଂଗ୍ରେସ
ରାଉରକେଲା,୩୧ଜାନୁଆରୀ – ବ୍ରାହ୍ମଣୀ ସ୍ରୋତସ୍ୱିନୀ ଉତ୍ସବ ନାମରେ ଅପବିତ୍ର ହୋଇଯାଉଥିବା ବ୍ରାହ୍ମଣୀକୁ ଆଉ ପାପର ବୋଝ ଦିଆନଯାଉ କହି ଫେବୃଆରୀ ୧ରୁ ୩ ତାରିଖ ଯାଏ ରାଉରକେଲାରେ ଆୟୋଜିତ ହେବାକୁ ଥିବା ବ୍ରାହ୍ମଣୀ ସ୍ରୋତସ୍ୱିନୀ ଉତ୍ସବକୁ କଂଗ୍ରେସ ଦଳ ପକ୍ଷରୁ ବିରୋଧ କରାଯାଇଛି । ବିଧାୟକ ତଥା କଂଗ୍ରେସ ନେତା ଜର୍ଜ ତିର୍କୀ ଓ ରାଜ୍ୟ ପିସିସି ସଂପାଦକ ରଶ୍ମିରଂଜନ ପାଢୀ ଆଜି ଗଣମାଧ୍ୟମ ଆଗରେ ଏହାକୁ ବିରୋଧ କରି କହିଛନ୍ତି ଏ ହେଉଛି ବ୍ରାହ୍ମଣୀ ନାମରେ ଲୋକଙ୍କ ଟିକସ ପଇସାକୁ ପୁଣି ଏକ ଉପାୟରେ ହରିଲୁଟ କରିବାର ଉପାୟ । ତେଣୁ ଏଭଳି ହରିଲୁଟ କରି ଅପବିତ୍ର ହୋଇ ପଡୁଥିବା ବ୍ରାହ୍ମଣିକୁ ପାପର ବୋଝରେ ଆଉ ପୋତା ନଯାଉ ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନର୍ମ ହିସାବରେ ଏହି ବ୍ରାହ୍ମଣି ପ୍ରତି ମୂର୍ହୁତରେ ଅପବିତ୍ର ହେବାରେ ଲାଗିଛି । ରାଉରକେଲା ମହାନଗର ନିଗମ ଅଂଚଳରୁ ନିର୍ଗତ ପ୍ରଦୁଷିତ ପାଣି ଓ ଆରଏସପିରୁ ନିର୍ଗତ କେମିକାଲ ପାଣି ଏହି ନଦୀକୁ ଧିରେ ଧିରେ ଅପବିତ୍ର କରିଚାଲିଛି । ଯେଉଁଥିଲାଗି ସମୟେ ସମୟେ ନଦୀରେ ଥିବା ମାଛ ଗୁଡିକ ମରିଯାଉଛନ୍ତି । ନଦୀକୁଳିଆ ବାସୀନ୍ଦା ମାନେ ତ୍ରାହି ତ୍ରାହି ଡାକୁଛନ୍ତି ପାଣି ଟୋପେ ଲାଗି । ତଥାପି ସେହି ନଦୀ ଉପରେ ନର୍ଭର କରୁଛନ୍ତି ଅନେକ ବାସୀନ୍ଦା । ନିକଟ ଅତିତରେ ମହାନଗର ତରଫରୁ ବ୍ରାହ୍ମଣୀକୁ ପ୍ରଦୁଷିତ କରୁଥିବା ଅଭିଯୋଗ ନେଇ ମହାନଗର ରାଉରକେଲାର ପୂର୍ବତନ ଡେପୁଟୀକମିଶନରଙ୍କୁ ଡକାଇ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଚେତାବନୀ ଦେଇଥିଲେ । ହେଲେ ମହାନଗର କହିଥିବା କଥା ଆଜି ଯାଏ ପାଳନ ହେଲା ନାହିଁ ।

ରାଉରକେଲା ସହରରେ ରାସ୍ତା କଡରେ ଆଜିବି ଲୋକର ଶୌଚ ହେବା ସହ ରାସ୍ତା ଗୁଡିକ ମରଣଯନ୍ତା ପାଲଟିଛି । ଅନେକ ଖେଳ ପଡିଆ ଏବେ ପାଇଖାନାରେ ପରିଣତ ହେବା ସହ ଖୋଦ ମହାନଗର ନିଗମ ସମ୍ମୁଖରେ ଥିବା ପାର୍କ ଶୌଚାଳୟରେ ପରିଣତ ହେଲାଣି । ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି ସେଠାରେ ଗୋରୁ ଗାଇ ବୁଲୁଛନ୍ତି । ବେଦବ୍ୟାସ ଭଳି ଯାଗାର ଉନ୍ନତି କରାଯାଇ ପାରୁନି । କିନ୍ତୁ ମହାନଗର ନିଗମ ପକ୍ଷରୁ କୁହାଯାଉଛି କଳା ସଂସ୍କୃତି ର ଉନ୍ନତି ଓ ଖାଦ୍ୟ ପେୟର ପ୍ରଚାର ଲାଗି ଏହା କରାଯାଉଛି । ଯେଉଁଥିରେ ଖର୍ଚ୍ଚ ହେବ ୯୦ଲକ୍ଷ ।

ସ୍ଥାନୀୟ ପୁରାତନ କଳାକାର ମାନଙ୍କୁ ଏଥିରେ ପଚରା ଯାଇନଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ କିଛି କଳାକାରଙ୍କୁ ଡକାଯାଇଛି । ଏହାର ପ୍ରଚାର ପ୍ରସାର ଲାଗି କେବଳ କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଚୟନ କରାଯାଇ ସେଥିରେ ପ୍ରାୟ ୧୦ଲକ୍ଷ ଟଙ୍କା ବିନିଯୋଗ କରାଯିବାଲାଗି ବ୍ୟବସ୍ଥା ହୋଇଛି । ତେଣୁ ଲୋକଙ୍କ ଟିକସ ପଇସାକୁ ଏଭଳି ଭାବେ ଖର୍ଚ୍ଚ କରାଜିବାକୁ ଦଳପକ୍ଷରୁ ଘୋର ବିରୋଧ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ