Connect with us

ଓଡିଶା

ଧନୁଯାତ୍ରା ଓ କଂସବଧ ନାଟ୍ୟୋତ୍ସବ ବୌଦ୍ଧରେ ଉଦଘାଟିତ

ସାଙ୍କେତିକ

ଧନୁଯାତ୍ରା ଓ କଂସବଧ ନାଟ୍ୟୋତ୍ସବ ବୌଦ୍ଧରେ ଉଦଘାଟିତ
ମଞ୍ଚସ୍ଥ ହେଲା ନାଟକ ‘ଧର୍ମ ସଂସ୍ଥାପନାର୍ଥାୟ’
ବୌଦ୍ଧ- ୧୦ ଡିସେମ୍ବର :ବୌଦ୍ଧ ଜିଲା ନିଜର କଳା ଓ ସଂସ୍କୃତିକୁ ନେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ବର୍ଷସାରା ହେଉଥିବା ପର୍ବପର୍ବାଣୀ ଓ ଯାନିଯାତ୍ରାରେ ନିଜର ଲୋକ କଳା , ଲୋକନୃତ୍ୟ, ଲୋକ ଗୀତ, ଲୋକ ସଂସ୍କୃତି ଏବଂ ଐତିହକୁ ଜନମାନସରେ ପ୍ରଚାରିତ କରିଥାଏ । ବୌଦ୍ଧ ସହରରେ ଏକ ସ୍ୱତନ୍ତ୍ର ଯାତ୍ରା ଭାବେ ଖ୍ୟାତି ଲାଭ କରିଥିବା ଧନୁଯାତ୍ରା ଓ କଂସବଧ ନାଟ୍ୟ ମହୋତ୍ସବ ମଙ୍ଗଳବାର ଉନଘାଟିତ ହୋଇଯାଇଛି ।

ସମଗ୍ର ବୌଦ୍ଧ ସହର ୮ ଦିନ ଧରି ମଥୁରା ନଗରୀ ପାଲଟିବା ସହିତ ସହର ସାରା ଉତ୍ସବ ମୁଖର ହୋଇଛି । ସହରରେ ଥିବା ମଦନ ମୋହନ ନାଟ୍ୟ କଳାପରିଷଦ ପକ୍ଷରୁ ୨୦୦୭ ମସିହାରୁ ହୃଦାନନ୍ଦ ମେହେର ଓ ଅନ୍ୟମାନଙ୍କ ଉଦ୍ୟମରେ ପ୍ରଥମେ ଏହି ନାଟ୍ୟୋତ୍ସବ ଆରମ୍ଭ ହୋଇଥିଲା । ବୌଦ୍ଧର ଧନୁଯାତ୍ରା ଏବର୍ଷ ୧୩ ତମ ବର୍ଷରେ ପହଁଚିଛି । ୧୦ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ପାଳିତ ହେବ । ମଙ୍ଗଳବାର ଦିନ ମହାନଦୀରୁ କଳାପରିଷଦର କର୍ମକର୍ତ୍ତାଙ୍କ ଦ୍ୱାରା ଜଳ ଆସିବା ପରେ ମଦନ ମୋହନ ମନ୍ଦିରରେ ପୂଜା ହୋଇଥିଲା । ଏହା ସହ କର୍ମକତ୍ତା ଓ କଳାକାର ମାନେ ମା ଭୈରବୀ, ମାଁ ଶୀତଳା, ମାଦୁର୍ଗାଙ୍କ ପୂଜା ପରେ ନାଟକ ମଞ୍ଚରେ ମା କାଳୀଙ୍କ ପାଖରେ ପଣା ଓ ପୂଜା କରି ବ୍ରତ ଧାରଣ କରିଥିଲେ । ସମସ୍ତ କଳକାର ଓ କର୍ମକର୍ତ୍ତା ନାଟକ ଆରମ୍ଭ ଦିନ ଠାରୁ ହବିସ୍ୟ ଆରମ୍ଭ କର୍ରିଛନ୍ତି ।

ନାଟ୍ୟତ୍ସୋର ପ୍ରଥମ ଦିନରେ ଶ୍ରୀକୃଷ୍ନଙ୍କ ଜନ୍ମ ଓ ବାଲ୍ୟଳିଳା ନେଇ ନାଟକ ‘ଧର୍ମ ସଂସ୍ଥାପନାର୍ଥାୟ ମଞ୍ଚସ୍ଥ ହୋଇଥିଲା । ନାଟକ ଗୁଡିକ କଳାପରିଷଦର ଦୃଦାନନ୍ଦ ମେହର ରଚନା ଓ ନିର୍ଦ୍ଦେଶନା ଦେଇଥିଲେ । ବସୁଦେବ ଭୁମିକାରେ ଲୋକାନାଥ ମେହେର, ଦେବକୀ ଆନନ୍ଦ ସିଂ, ଉଗ୍ରେସନ ରୁଦ୍ରଭାନୁ ଭୋଇ, କଂସାସୁର ବାବୁଲାଲ ପ୍ରଧାନ, ଓ ଅନ୍ୟମାନେ ଅଭିନୟ କରିଥିଲେ ।

ଏହି ଯାତ୍ରା ବିଳମ୍ବିତ ରାତି ପର୍ଯ୍ୟନ୍ତ ପରିବେଷଣ ହୋଇଥିଲା । ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ମିନାବଜାର ଓ ବିଭିନ୍ନ ଖାଦ୍ୟର ପସରା ମେଲିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା