Connect with us

ଓଡିଶା

ଓଡ଼ିଶାରେ ପୁଣି ପାଇକ ବିଦ୍ରୋହର ଆବଶ୍ୟକତା ରହିଛି

ସାଙ୍କେତିକ

ଓଡ଼ିଶାରେ ପୁଣି ପାଇକ ବିଦ୍ରୋହର ଆବଶ୍ୟକତା ରହିଛି
ଭୁବନେଶ୍ୱର,୨୬ ଡିସେମ୍ବର – ପାଇକମାନଙ୍କର ଅର୍ଥନୈତିକ ଉନ୍ନତି ପାଇଁ ପୁଣି ଏକ ପାଇକ ବିଦ୍ରୋହର ଆହ୍ୱାନ ଦେଇଛି ନିଖିଳ ଓଡ଼ିଶା ପାଇକ ମହାସଂଘ । ରାଜ୍ୟ ସରକାରଙ୍କର ପାଇକ ମାରଣନୀତି ବିରୁଦ୍ଧରେ ପୁନରାୟ ସାରା ଓଡ଼ିଶାରେ ଗର୍ଜିବ ଢାଲ, ବୁଲିବ ତଲୱାର ବୋଲି ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ କହିଛନ୍ତି ।

ଗତକାଲି ବାଣପୁର ମାଟିରେ ପାଇକମାନଙ୍କର ଏକ ସମରସଜ୍ଜା କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲାର ପାଇକ ମହାସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀଙ୍କ ସଭାପତିିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଦଳେଇ, ଦଳବେହେରା, ପାଇକଗୁରୁ, ପାଇକ ସର୍ଦ୍ଦାରମାନେ ଯୋଗଦାନ କରିଥିଲେ । ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଏହି ମାଟିରୁ ଆରମ୍ଭ ହୋଇଥିଲା । ଏହା ଏକ ଐତିହାସିକ ମାଟି । କିନ୍ତୁ ଆଜି ପର୍ଯ୍ୟନ୍ତ ପାଇକମାନଙ୍କର କୌଣସି ଅର୍ଥନୈତିକ, ସାମାଜିକ ଉନ୍ନତି ଘଟିନାହିଁ । ପାଇକମାନେ ସ୍ୱାଭିମାନୀ, ଅନ୍ୟାୟ ବିରୁଦ୍ଧରେ ଲଢେଇ କରିବା ପାଇକର ଧର୍ମ ।

ପାକଇପୁଅ ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇନାହାଁନ୍ତି । ଓଡ଼ିଶାର ନିଜସ୍ୱ ସମରକଳା ପାଇକ ଆଖଡ଼ାର ଉନ୍ନତି ପାଇଁ ପ୍ରତ୍ୟେକ ଗ୍ରାମରେ ଆଖଡ଼ାଶାଳ ନିର୍ମାଣ କରିବା ଓ ପାଇକ ଆଖଡ଼ାକୁ ସ୍କୁଲ୍ କଲେଜରେ ସ୍ଥାନ ଦେବା, ପାଇକ ଏକାଡ଼େମୀ ଗଠନ, ପାଇକ ଗୁରୁମାନଙ୍କୁ ସ୍ୱତନ୍ତ୍ର ଭତା, ପାଇକ ଆଖଡ଼ାକୁ କ୍ରୀଡ଼ା ବିଭାଗକୁ ଆଣିବା, ପାଇକ ଆଖଡ଼ାକୁ ରାଜ୍ୟ କ୍ରୀଡ଼ାର ମାନ୍ୟତା, ମାର୍ଚ୍ଚ ୨୯ ତାରିଖକୁ ପାଇକ ଦିବସ ଭାବରେ ପାଳନ କରିବା, କେନ୍ଦ୍ର ସରାକର ପାଇକ ରେଜିମେଂଟ ଗଠନ କରିବା ଓ ଶିକ୍ଷା ଠାରୁ ଚାକିରୀ କ୍ଷେତ୍ରରେ ରାଜ୍ୟ ସରକାର ପାଇକମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷଣ ନକରନ୍ତି, ଆମାଗୀ ମାର୍ଚ୍ଚରେ ରାଜଧାନୀର ରାଜରାସ୍ତାରେ ଲକ୍ଷାଧିକ ପାଇକମାନଙ୍କ ଢାଲ, ତଲବାରୀ ସାମନ କଳକୁୁ ଅକାମୀ କରିବ ବୋଲି ଚେତାବନୀ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା