Connect with us

ଆଞ୍ଚଳିକ

ସୂଚନା ଓ ଲୋକ ସଂପର୍କ ବିଭାଗରେ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ

ସାଙ୍କେତିକ

ସୂଚନା ଓ ଲୋକ ସଂପର୍କ ବିଭାଗରେ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ
ଭୁବନେଶ୍ୱର, ୨୮ ଅକ୍ଟୋବର – ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ମୁଖ୍ୟ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ କାର୍ଯ୍ୟକ୍ରମ ସୋମବାର ପୂର୍ବାହ୍ନରେ ଲୋକ ସଂପର୍କ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।
ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟର କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଦୁର୍ନୀତି ନିବାରଣ ସଚେନତା ଶପଥପାଠ କରାଇଥିଲେ । ଦୁର୍ନୀତିର ମୂଳତ୍ପାଟନ ନିମନ୍ତେ ସମସ୍ତ ସଂପୃକ୍ତ ଅଂଶୀଦାର ଯଥା ସରକାର, ପ୍ରତ୍ୟେକ ନାଗରିକ ଏବଂ ଘରୋଇ କ୍ଷେତ୍ର ଏାକ୍ୟବଦ୍ଧ ଭାବେ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ନିର୍ଦ୍ଦେଶକ ଶ୍ରୀ ମିଶ୍ର ପ୍ରକାଶ କରିବା ସହିତ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ସେମାନଙ୍କର କାର୍ଯ୍ୟରେ ସତର୍କତା ଅବଲମ୍ବନ ସହ ସାଧୁତା ଓ ସଚ୍ଚୋଟତାର ସର୍ବୋଚ୍ଚମାନକକୁ ଅନୁସରଣ କରିବା ଓ ଦୁର୍ନୀତି ବିରୋଧରେ ସଂଗ୍ରାମକୁ ସମର୍ଥନ କରିବା ସଂପର୍କରେ ଶପଥ କରାଇଥିଲେ । ଜୀବନର ସବୁ କ୍ଷେତ୍ରରେ ସାଧୁତା ଓ ସଚ୍ଚୋଟତା ଅବଲମ୍ବନ କରିବା, ଲାଂଚ ନଦେବା, ଲାଂଚ ନନେବା, ସ୍ୱଚ୍ଛତାର ସହ ଜନହିତରେ ସମସ୍ତ କାର୍ଯ୍ୟ କରିବା, ବ୍ୟକ୍ତିଗତ ବ୍ୟବହାରରେ ସାଧୁତା ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ଓ ଯେ କୋଣସି ଦୁର୍ନୀତି ସଂପର୍କରେ ଉପଯୁକ୍ତ କର୍ତୃପକ୍ଷଙ୍କୁ ଅବଗତ କରାଇବା ନେଇ ଅଧିକାରୀ ଓ କର୍ମଚାରୀମାନେ ଶପଥ କରିଥିଲେ ।
ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିପିନି ବିହାରୀ ବାରିକିଦୁର୍ନୀତି ନିବାରଣ ଶପଥପାଠ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ, ଅନ୍ୟତମ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ସୁପକାର, ଉପ ନିର୍ଦ୍ଦେଶକ ଶ୍ରୀ ବରଦା ପ୍ରସନ୍ନ ଦାସ, ଉପ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାରଣାଙ୍କ ସମେତ ବିଭାଗର ସମସ୍ତ ଅନୁଶାସନ ସଚିବ, ଅନ୍ୟ ସମସ୍ତ ବରିଷ୍ଟ ପଦାଧିକାରୀ, ଉପ ବିଭାଗୀୟ ଅଧିକାରୀ ଓ କାର୍ଯ୍ୟାଳୟର ସମସ୍ତ କର୍ମକର୍ତା ଉପସ୍ଥିତ ରହି ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ କରିଥିଲେ ।
ଅନୁରୂପ ଭାବେ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ଥିବା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟଗୁଡିକରେ ଅବସ୍ଥାପିତ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିବାରଣ ସଚେତନତା ଶପଥପାଠ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ