Connect with us

ଓଡିଶା

ବିଜେଡିର “ଓଡିଶା – ମୋ ପରିବାର “ କାର୍ଯ୍ୟକ୍ରମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ

ବିଜେଡିର “ଓଡିଶା – ମୋ ପରିବାର “ କାର୍ଯ୍ୟକ୍ରମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
– ୩ଟି ପ୍ରସଙ୍ଗ ଉପରେ ଦିଆଯାଇଛି ଗୁରୁତ୍ୱ
– ଅରୁପ ପଟ୍ଟନାୟକଙ୍କୁ ଆବାହକ ଦାୟିତ୍ୱ , ୫ ଜଣ ସହ ଆବାହକ ଓ ୧୨ ଜଣ ସଭ୍ୟ ନିଯକ୍ତ
ଭୁବନେଶ୍ୱର, ୨୫ ଅକ୍ଟୋବର – ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦଳର ସମାଜ ସେବା କାର୍ଯ୍ୟକ୍ରମ “ଓଡିଶା – ମୋ ପରିବାର“ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ୩ଟି କଥାକୁ ଗୁରୁତ୍ୱ ଦିଆଯାଇଛି । ଏହା ମାଧ୍ୟମରେ ପରିବେଶ ସୁରକ୍ଷା ଲାଗି ବିଜେଡି କର୍ମୀମାନେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେବେ ଓ ଲୋକଙ୍କୁ ସଚେତନ କରାଇବେ । ସେହିପରି ରକ୍ତଦାନ କାର୍ଯ୍ୟକ୍ରମ ସହ ଦେଶ ଓ ବିଦେଶରେ କାମ କରୁଥିବା ଓଡିଶାବାସୀଙ୍କୁ ବିପଦ ସମୟରେ ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ଦଳୀୟ କର୍ମୀମାନେ ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଅରୁପ କୁମାର ପଟ୍ଟନାୟକଙ୍କ ୁ ଆବାହକ ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ପିନାକୀ ମିଶ୍ର , ଡା. ଅଚ୍ୟୁତନନ୍ଦ ସାମନ୍ତ , ଚନ୍ଦ୍ରଶେଖର ସାହୁ , ଅତନୁ ସବ୍ୟସାଚୀ ନାୟକ ଓ ନଳୀନିକାନ୍ତ ପ୍ରଧାନଙ୍କୁ ସହ ଆବାହକ ଦାୟିତ୍ୱ ଦିଆଯାଇଥିବା ବେଳେ ମନୋହର ରନ୍ଧାରୀ ,ଅନନ୍ତ ନାରାୟଣ ଜେନା , ସୁଧିର ସାମଲ , ସୁଶାନ୍ତ ରାଉତ, ସଂଜିବ ମଲ୍ଲିକ ,ଲତିକା ପ୍ରଧାନ , ରୀତା ତରାଇ , ଭାରତୀ ସିଂ , ସୁନିତା ବିଶ୍ୱାଳ , ସନ୍ଧ୍ୟାକୁମାରୀ ନାୟକ , ଡେଜାଲିନ୍ ମହାପାତ୍ର ଓ ଗୌରହରି ମିଶ୍ରଙ୍କୁ ସଭ୍ୟ ଭାବେ ନିଯୁକ୍ତ କରିଛନ୍ତି ।
ଶୁକ୍ରବାର ଦିନ ନବୀନ ନିବାସ ଠାରେ ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ ଜନତା ଦଳ ଓଡିଶାବାସୀଙ୍କ ଆଶୀର୍ବାଦରେ ଓଡିଶା ମାର ସେବା କରି ଚାଲିଛି । ସେବା ସଂଗ୍ରାମ ଓ ସ୍ୱାଭିମାନ ହେଉଛି ଆମ ଦଳର ଆଦର୍ଶ । ଓଡିଶାବାସୀଙ୍କ ଆଶୀର୍ବାଦ ଆମର ଶକ୍ତି ।
ଚଳିତ ବର୍ଷ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଗାନ୍ଧୀଙ୍କୁ ବିଜୁ ଜନତା ଦଳ “ଓଡିଶା -ମୋ ପରିବାର” କାର୍ଯ୍ୟକ୍ରମ ଜରିଆରେ ଶ୍ରଦ୍ଧା ଓ ସମ୍ମାନ ଜଣାଉଛି । ସେହିଭଳି ଓଡିଆମାନଙ୍କୁ ଭଲ ପାଉଥିବା , ଗରିବ ଓ ଦୁଃଖୀ ରଙ୍କିଙ୍କ ପାଇଁ ସହାୟତାର ହାତ ବଢାଉଥିବା ବିଜୁ ବାବୁ ଆମର ଆଦର୍ଶ । ଏହି କର୍ଯ୍ୟକ୍ରମ ତାଙ୍କ ପ୍ରତି ଶ୍ରଦ୍ଧାଂଜଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଓଡିଶାବାସୀଙ୍କ ଆଶୀର୍ବାଦ ମୋତେ ସେବାର ସୁଯୋଗ ଦେଇଛି । ସେଥିପାଇଁ ମୁଁ କୃତଜ୍ଞ । ମୋର ବିଶ୍ୱାସ ବିଜୁ ଜନତା ଦଳର “ଓଡିଶା – ମୋ ପରିବାର” କାର୍ଯ୍ୟକ୍ରମ ଓଡିଶାବାସୀଙ୍କ ପୂର୍ଣ୍ଣ ସହଯୋଗରେ ଲୋକଙ୍କୁ ସେବା ଯୋଗାଇବାରେ ସଫଳ ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା