Connect with us

ଦେଶ

ଭୋପାଳରେ ବିଜେପିର ମହାକୁମ୍ଭ କାର୍ଯ୍ୟକ୍ରମ-ରାହୁଲଙ୍କ ଉପରେ ବର୍ଷିଲେ ମୋଦି l

ସାଙ୍କେତିକ ଚିତ୍ର

ଭୋପାଳରେ ବିଜେପିର ମହାକୁମ୍ଭ କାର୍ଯ୍ୟକ୍ରମ
ରାହୁଲଙ୍କ ଉପରେ ବର୍ଷିଲେ ମୋଦି
ଭୋପାଳ,୨୫ା୯ : ଭୋପାଳରେ କାର୍ଯ୍ୟକର୍ତ୍ତା ମହାକୁମ୍ଭ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବିଧାନସଭା ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବା ସହିତ କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ଜୋରଦାର ହାମଲା କରିଛନ୍ତି । ଗୋଟିଏ ପଟେ ଅମିତ ଶାହା ଅନୁପ୍ରବେଶକାରୀ ଓ ଆସାମର ଜାତୀୟ ନାଗରିକ ପଞ୍ଜିକରଣ (ଏନ୍ଆରସି) ମାମଲା ଉଠାଇଥିବା ବେଳେ ଅନ୍ୟପଟେ ମୋଦି ନିଜର ଭାଷଣରେ କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଥିଲେ ।

ମୋଦି କହିଛନ୍ତି ଯେ, ୧୨୫ ବର୍ଷର ପୁରୁଣା ପାର୍ଟି କଂଗ୍ରେସକୁ ଆଜି ଜବକାଚରେ ଖୋଜିବାକୁ ପଡୁଛି । କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ ମଧ୍ୟପ୍ରଦେଶର ବିଜେପି ସରକାର ଓ ଜନତାଙ୍କ ସହିତ ଧୋକା ହୋଇଥିଲା । ବିଜେପିକୁ ହରାଇବା ପାଇଁ କଂଗ୍ରେସ ବର୍ତ୍ତମାନ ବାହାରର ମେଣ୍ଟ ଖୋଜୁଛି । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଏମ୍ ବାଜପେୟୀ ଓ ରାଜମାତା ସିନ୍ଧିଆଙ୍କୁ ମଧ୍ୟ ସ୍ମରଣ କରିଛନ୍ତି । ନରେନ୍ଦ୍ର ମୋଦି ରାଜ୍ୟରେ ଲକ୍ଷାଧିକ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ କଂଗ୍ରେସ ପାର୍ଟିକୁ ନିଶାଣ କରିଥିଲେ ।

ସେ କହିଛନ୍ତି ଯେ, କଂଗ୍ରେସ ତାଙ୍କ ବିରୋଧରେ ବହୁତ ଭାଷାର ପ୍ରୟୋଗ କରି ଗାଳି କରିଛି, ମାତ୍ର ବିଜେପି ଉପରେ ଯେତିକି କାଦୁଅ ଫିଙ୍ଗିବ ଦେଶରେ ସେତିକି ପଦ୍ମ ଫୁଟିବ ବୋଲି ମୋଦି କହିଛନ୍ତି । ପିଏମ୍ ମୋଦି କହିଛନ୍ତି ଯେ, ଏବେ ଦେଶ ବାହାରେ ସ୍ଥିର କରାଯାଉଛି ଯେ, ଭାରତର ପ୍ରଧାନମନ୍ତ୍ରୀ କିଏ ହେବ । କେନ୍ଦ୍ର ସରକାର ତିନି ତଲାକ ଉପରେ ଅଧ୍ୟାଦେଶ ନେଇକି ଆସିଛି ମାତ୍ର ଭୋଟ ବ୍ୟାଙ୍କ ରାଜନୀତି କାରଣରୁ କଂଗ୍ରେସକୁ ମୁସଲିମ ମହିଳାଙ୍କ କୌଣସି ଚିନ୍ତା ନାହିଁ । ପୁଣି ଏହି ଦଳର ମୁଖିଆ ହେଉଛନ୍ତି ଜଣେ ମହିଳା ।

ସେ କହିଛନ୍ତି ଯେ, କଂଗ୍ରେସ ପାର୍ଟି ଭାରତରେ ମେଣ୍ଟ କରିବାରେ ସଫଳ ହେଉନାହିଁ ଏବଂ ଦଳ ଏବେ ଭାରତ ବାହାରେ ମେଣ୍ଟ ଖୋଜୁଛି । କଂଗ୍ରେସ ପାର୍ଟି କ୍ଷମତାକୁ ହରାଇବା ପରେ ନିଜର ମାନସିକ ସନ୍ତୁଳନ ମଧ୍ୟ ହରାଇ ଦେଇଛନ୍ତି । କଂଗ୍ରେସ ପାର୍ଟି ଏବେ ଦେଶ ପାଇଁ ବୋଝ ହୋଇଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ