Connect with us

ଅପରାଧ

ପୋଲିସ ଏନକାଉଣ୍ଟରରେ ୩ ମାଓବାଦୀ ନିହତ

ସାଙ୍କେତିକ ଚିତ୍ର

ପୋଲିସ ଏନକାଉଣ୍ଟରରେ ୩ ମାଓବାଦୀ ନିହତ
ଛତିଶଗଡ଼,୩ା୧୦ : ମାଲକାନଗିରି ସୀମାକୁ ଲାଗିଥିବା ଛତିଶଗଡ଼ର ସୁକୁମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି । ଲାଲବାହିନୀ ଓ ଯବାନଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୩ଜଣ ମାଓବାଦୀ ନିହତ ହୋଇଛନ୍ତି । ଏହାସହିତ ଜଣେ ମାଓବାଦୀଙ୍କୁ ଜୀବନ୍ତ ଧରିବାରେ ମଧ୍ୟ ସଫଳ ହୋଇଛି ସୁରକ୍ଷାବାହିନୀ । ଏ ନେଇ ସୁକମା ଆରକ୍ଷୀ ଅଧିକ୍ଷକ ଅଭିଷେକ ମୀନା ସୂଚନା ଦେଇଛନ୍ତି ।

ପ୍ରାପ୍ତ ସୂଚନା ମୁତାବକ, ମଙ୍ଗଳବାର ସଂଧ୍ୟାରେ ସୁରକ୍ଷାକର୍ମୀମାନେ କମ୍ବିଂ ଅପରେସନରେ ବାହାରିଥିଲେ । ଏହି ସମୟରେ ସୁକମା-ଦାନ୍ତେୱାଡା ସୀମା ମାକ୍ରାଗୁଡା ଓ ମୁଲ୍ଲେର ଗାଁ ମଝିରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପ୍ରାୟ ଏକଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା । ଏହାପରେ ତିନିଜଣ ମାଓବାଦୀ ଯବାନଙ୍କ ଗୁଳିରେ ଟଳି ପଡିଥିଲେ । ସେମାନଙ୍କ ମଧ୍ୟରେ ଜଣେ ଏଲ୍ଓଏସ୍, ଜଣେ ମିଲିସିଆ ମାଓ କମାଣ୍ଡର ଏବଂ ଆଉଜଣେ ମିଲିସିଆର ଡେପୁଟି କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ ବୋଲି ଏସ୍ପି ସୂଚନା ଦେଇଛନ୍ତି । ସେମାନଙ୍କ ଠାରୁ ବନ୍ଧୁକ, ବୋମା, ଗୁଳି ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଛି । ପୋଲିସ ମୃତ ଦେହଗୁଡିକୁ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ