Connect with us

ଅପରାଧ

ସୁନ୍ଦରୀକୁ ଧରିବାକୁ ମଇଁଷି ଥୋପ

ସାଙ୍କେତିକ ଚିତ୍ର

ସୁନ୍ଦରୀକୁ ଧରିବାକୁ ମଇଁଷି ଥୋପ
ଭୁବନେଶ୍ୱର :- ସାତକୋଶିଆ ଜଙ୍ଗଲରେ ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଥୋପର ବ୍ୟବସ୍ଥା ସ୍ୱରୂପ ଜଙ୍ଗଲରେ ଏକ ମଇଁଷି ବନ୍ଧା ଯାଇଛି । ବାଘୁଣୀ ବର୍ତମାନ ଭୋକିଲା ଅଛି । ମଇଁଷିକୁ ଶୀକାର କରିବାକୁ ଆସିଲେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ୩ ଦିନ ଧରି ସୁନ୍ଦରୀକୁ କାବୁ କରିବାକୁ ଉଦ୍ୟମ ଚାଲିଥିଲେ ହେଁ ବନ ବିଭାଗ ଏଥିରେ ସଫଳ ହୋଇପାରିନାହିଁ । ପ୍ରଥମେ ଓୟୁଏଟିର ବିଶେଷଜ୍ଞ ଦଳ ବାଘୁଣୀକୁ ଧରିବା ଲାଗି ମଂଚା ବାନ୍ଧି ଟ୍ରାଙ୍କୁଲାଇଜ୍ ବ୍ୟବସ୍ଥା ସହିତ ଜଗି ରହିଥିଲେ ହେଁ ସୁନ୍ଦରୀ ଧରା ପଡି ନଥିଲା ।ଏଥିପାଇଁ ଅଭିଜ୍ଞ ଓ ଦକ୍ଷ ଟ୍ରାଙ୍କୁଲାଇଜ୍ ଟିମ୍ ପଠାଇବାକୁ ରାଜ୍ୟ ସରକାର ଗତକାଲି ମଧ୍ୟପ୍ରଦେଶକୁ ଅନୁରୋଧ କରିଛନ୍ତି । “କାହ୍ନା’ ଓ ପେଂଚ ବ୍ୟାଘ୍ର ପ୍ରକଳ୍ପରୁ ଟ୍ରାଙ୍କୁଲାଇଜ୍ ବିଶେଷଜ୍ଞଙ୍କୁ ପଠାଇବାକୁ ମଧ୍ୟପ୍ରଦେଶ ସରକାର ରାଜି ହୋଇଛନ୍ତି । ଅନ୍ୟପକ୍ଷରେ ବାଘୁଣୀ ଖୋଲାରେ ବୁଲୁଥିବାରୁ ସ୍ଥାନୀୟ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ