Connect with us

ଆଞ୍ଚଳିକ

୬ଟି ସେପ୍ଟେଜ୍ ବିଶୋଧନାଗାରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ ଚିତ୍ର

୬ଟି ସେପ୍ଟେଜ୍ ବିଶୋଧନାଗାରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:- ସ୍ୱଚ୍ଛ ଓଡିଶା , ସୁସ୍ଥ ଓଡିଶା ଲକ୍ଷ୍ୟ ନେଇ ଓଡ଼ିଶାରେ ଫିକାଲ୍ ସ୍ଲଜ ଓ ସେପ୍ଟେଜ୍ ମ୍ୟାନେଜମେଂଟ ପାଇଁ ମୁଖ୍ୟମନ୍ତ୍ରୀ ୬ଟି ସେପ୍ଟେଜ୍ ବିଶୋଧନାଗାରର ଲୋକାର୍ପଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬ଟି ସହରରେ ବିଶୋଧନାଗାର କାର୍ଯ୍ୟକାରୀ ହେବ । ଏହି ସହର ମାନଙ୍କ ମଧ୍ୟରେ ରହିଛି ଭୁବନେଶ୍ୱର. ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଢେଙ୍କାନାଳ ଓ ପୁରୀ । ରାଜ୍ୟ ସଚିବାଳୟ ଠାରୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ପୃକ୍ତ ସହର ଗୁଡିକରେ ନିର୍ମିତ ୬ଟି ସେପ୍ଟେଜ୍ ବିଶୋଧନାଗାର ଲୋକାର୍ପଣ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ କଟକ, ଅନୁଗୁଳ, ବାରିପଦା, ବାଲେଶ୍ୱର ଓ ଭଦ୍ରକ ଠାରେ ଅ।ଉ ୫ଟି ସେପ୍ଟେଜ୍ ବିଶୋଧନାଗାର ଲୋକାର୍ପଣ କରାଯିବ । ଆଗାମୀ ଦିନରେ ରାଜ୍ୟର ସମସ୍ତ ୧୧୪ଟି ମ୍ୟୁନସିପାଲ ଅଂଚଳରେ ଏହି ସେବା ଉପଲବ୍ଧ କରାଯିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହାଦ୍ୱାରା ଅ।ମ ରାଜ୍ୟରେ ନଦୀ ମାନଙ୍କର ଓ ଅନ୍ୟ ଜଳ ଉତ୍ସର ପ୍ରଦୂଷଣ ନିବାରଣ କରିବା ସହ ସହରାଂଚଳରେ ବସବାସ କରୁଥିବା ୬୦ ପ୍ରତିଶତରୁ ଅଧିକ ନାଗରିକଙ୍କ ନିମନ୍ତେ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବ । ଏହାସହ ମୁଖ୍ୟମନ୍ତ୍ରୀ ‘ଫିକାଲ୍ ସ୍ଲଜ ଓ ସେପ୍ଟେଜ୍ ମ୍ୟାନେଜମେଂଟ’ ସମ୍ପର୍କିତ ୨ ଦିନିଆ ଜାତୀୟ କର୍ମଶାଳାର ମଧ୍ୟ ଉଦଘାଟନ କରିଛନ୍ତି । ଉକ୍ତ କର୍ମଶାଳାରେ ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ପ୍ରାୟ ୧୦୦ଟି ସହର ସାମିଲ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ