Connect with us

ଆଞ୍ଚଳିକ

ଝାରସୁଗୁଡା ବିମାନବନ୍ଦରରୁ ବିମାନ ଉଡାଣ କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ସାଙ୍କେତିକ ଚିତ୍ର

ଝାରସୁଗୁଡା ବିମାନବନ୍ଦରରୁ ବିମାନ ଉଡାଣ କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ଭୁବନେଶ୍ୱର :- ଝାରସୁଗୁଡା ବିମାନବନ୍ଦରରୁ ବିମାନ ଉଡାଣ ବନ୍ଦ ହେବା ମାମଲାରେ ଜିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଝାରସୁଗୁଡା ବିମାନ ବନ୍ଦରରୁ ପୁନଃ ବିମାନ ଚଳାଚଳ କରିବାକୁ ଦାବି କରିଛନ୍ତି ।
ଗତ ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନବନ୍ଦରର ଉଦଘାଟନ କରିଥିଲେ । ଏହାପରେ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଏହାକୁ ନାମିତ କରାଯାଇଥିଲା । କିଛି ଦିନ ଏଠାରେ ବିମାନ ଉଡାଣ ହୋଇଥିଲେ ହେଁ ଦୀର୍ଘ ୧୫ ଦିନ ଧରି ଏଠାରୁ ବିମାନ ଉଡାଣ ବନ୍ଦ ରହିଛି ।
ସୂଚନାଯୋଗ୍ୟ ଯେ, ଗତ ୨୩ ତାରିଖରେ ଝାରସୁଗୁଡାର କଂଗ୍ରେସ ବିଧାୟକ ନବ କିଶୋର ଦାସ ଏହି ସମାନ ଦାବି ନେଇ ବିମାନ ବନ୍ଦରରେ ଧାରଣା ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ