Connect with us

ଓଡିଶା

ସୁଦର୍ଶନ ଲଳିତକଳା ଏକାଡେମୀର ସଭାପତି l

ସୁଦର୍ଶନ ଲଳିତକଳା ଏକାଡେମୀର ସଭାପତି

ସୁଦର୍ଶନ ଲଳିତକଳା ଏକାଡେମୀର ସଭାପତି
ଭୁବନେଶ୍ୱର,୧୯ା୯ : ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଓଡିଶା ଲଳିତ କଳା ଏକାଡେମୀର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଛନ୍ତି । ଉକ୍ତ ନିଯୁକ୍ତି ପାଇଁ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ ପଦ୍ମ ବିଭୂଷଣ ଡ. ରଘୁନାଥ ମହାପାତ୍ର ରାଜ୍ୟସଭାକୁ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହେବା ପରେ ରାଜ୍ୟ ଲଳିତକଳା ଏକାଡେମୀର ସଭାପତି ପଦରୁ ଶ୍ରୀ ମହାପାତ୍ର ଇସ୍ତଫା ଦେଇଥିଲେ । ଏହି ଇସ୍ତଫା ଯୋଗୁଁ ଖାଲି ପଡ଼ିଥିବା ପଦବିରେ ରାଜ୍ୟ ସରକାର ସୁଦର୍ଶନ ପଟ୍ଟନାୟକଙ୍କୁ ନିଯୁକ୍ତି ଦେଇଛନ୍ତି । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୧୯୭୭ ଅପ୍ରେଲ ୧୫ ତାରିଖରେ ପୁରୀ ସହରରେ ଜନ୍ମଗ୍ରହଣ କରିଥିଲେ । ବାଲୁକା ଶିଳ୍ପୀ ଭାବରେ ସେ ଅ ।ଜୀବନ ବ୍ରତୀ ଅଛନ୍ତି । ସେ ପ୍ରାୟ ୫୦ରୁ ଊଦ୍ଧ୍ୱର୍ ଆନ୍ତର୍ଜାତିକ କଳା ପ୍ରଦର୍ଶନୀରେ ପ୍ରତିନିଧିତ୍ୱ କରିଛନ୍ତି ଓ ପୁରସ୍କୃତ ହୋଇଛନ୍ତି । ଋଷିଆ, ବୁଲଗେରିଆ, ମାଲେସିଆ, ସିଙ୍ଗାପୁର, ମେକ୍ସିକୋ, ଜାପାନ, ତୁରସ୍କ, ଡେନ୍ମାର୍କ, ଆମେରିକା, ଜର୍ମାନୀ, କାନାଡ଼ା, ଫ୍ରାନ୍ସ, ନେଦରଲାଣ୍ଡ ଓ ଇଟାଲୀ ଇତ୍ୟାଦି ଦେଶମାନଙ୍କରେ ଆୟୋଜିତ ବିଶ୍ୱସ୍ତରୀୟ ବାଲୁକାକଳା ପ୍ରଦର୍ଶନୀରେ ସୁଦର୍ଶନଙ୍କ ସ୍ୱାକ୍ଷର ପ୍ରଶଂସିତ ହୋଇଛି ।

ରାଜ୍ୟ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସାଡର ଭାବରେ କାର୍ଯ୍ୟ କରିବା ସହିତ ବିଭାଗ ଅ ।ନୁକୂଲ୍ୟରେ କିଛି ବର୍ଷ ଧରି ଆୟୋଜିତ ହେଉଥିବା ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀର ସେ ନେତୃତ୍ୱ ନେଉଛନ୍ତି । ନବକଳେବର ସମେତ ମେକ୍ ଇନ୍ ଓଡ଼ିଶା ପରି କାର୍ଯ୍ୟକ୍ରମରେ ତାଙ୍କ କଳାକୃତି ପ୍ରଦର୍ଶିତ ହୋଇଛି । ସେ ୨୦୧୪ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବାବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା