Connect with us

ଓଡିଶା

ମୁଁ ଏବେବି ବିଜେଡିରେ ଅଛି : ଦାମ l

ମୁଁ ଏବେବି ବିଜେଡିରେ ଅଛି : ଦାମ l

ମୁଁ ଏବେବି ବିଜେଡିରେ ଅଛି : ଦାମ
ଭୁବନେଶ୍ୱର,୧୯ା୯ : ମୁଁ ଏବେବି ବିଜେଡିରେ ରହିଛି । ଦଳର କାର୍ଯ୍ୟକାରୀ କମିଟିର ସଭ୍ୟ ଅଛି । କମିଟିର ସଭ୍ୟ ଥିବା ବ୍ୟକ୍ତିଙ୍କୁ ବାହାର କରିବାକୁ ହେଲେ ସମ୍ପୃକ୍ତ କମିଟିର ବୈଠକ ବସି ନିଷ୍ପତି ନେବାକୁ ହୋଇଥାଏ । ମୋ କ୍ଷେତ୍ରରେ ତାହା ହୋଇଛି କି ବୋଲି ବରିଷ୍ଠ ନେତା ଦାମୋଦର ରାଉତ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି ଯେ ବହିଷ୍କାର ନେଇ ମତେ ଲିଖିତ ଭାବେ ଜଣାଯାଇନାହିଁ କି ଏହା କରିବା ପୂର୍ବରୁ କୈଫିୟତ ମଧ୍ୟ ମଗାଯାଇନାହିଁ । ଅନ୍ୟପକ୍ଷରେ ଡା.ରାଉତଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦି ଶ୍ରୀ ବିଷ୍ଣୁ ଦାସ କହିଛନ୍ତି ଯେ ଦଳ ବା ମୁଖ୍ୟମନ୍ତ୍ରୀ ଯଦି ଚାହିଁବେ ସେ ପାରାଦ୍ୱୀପରେ ଦାମ ବାବୁଙ୍କ ଆସନରେ ପ୍ରତିଦ୍ୱନ୍ଦିତା କରିବେ । ଏହି ଆସନ ବିଜେଡିର । ଏହାକୁ ହାତ ଛଡା କରାଯିବ ନାହିଁ । ଆମ ପାଖରେ ଦଳ ଓ ସଂଗଠନ ଅଛି । ଦାମ ବାବୁ ଥିବା ବେଳେ ବହୁ କର୍ମୀଙ୍କୁ ଡରାଇ ରଖିଥିଲେ । ଏବେ ସେମାନେ ସ୍ୱେଚ୍ଛାକୃତ ଭାବେ ଦଳକୁ ଆସୁଛନ୍ତି ଏବଂ ଦଳକୁ ଆଗେଇ ନେବା କାମ ମଧ୍ୟ ଆରମ୍ଭ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା