Connect with us

ଦେଶ

ସିବିଆଇ ଲାଞ୍ଚ ନେବା ମାମଲା- ଡିଏସପି ଦେବେନ୍ଦ୍ର କୁମାର ଗିରଫ

ସାଙ୍କେତିକ ଚିତ୍ର

ସିବିଆଇ ଲାଞ୍ଚ ନେବା ମାମଲା
ଡିଏସପି ଦେବେନ୍ଦ୍ର କୁମାର ଗିରଫ
ନୂଆଦିଲ୍ଲୀ,୨୨ା୧୦ : କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଲାଞ୍ଚ ନେବା ମାମଲାରେ ଅଭିଯୁକ୍ତ ପୋଲିସ ଉପ-ଅଧିକ୍ଷକ (ଡିଏସପି) ଦେବେନ୍ଦ୍ର କୁମାରଙ୍କୁ ସୋମବାର ଗିରଫ କରିଛି । ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ଲାଞ୍ଚ ନେବା ମାମଲାରେ ଦେବେନ୍ଦ୍ର କୁମାର ଅଭିଯୁକ୍ତ ଥିଲେ । ସିବିଆଇ ନିଜର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ସମେତ କେତେକ ଅଧିକାରୀ ଓ ଲୋକଙ୍କ ବିରୋଧରେ ଲାଞ୍ଚ ନେବା ମାମଲା ରୁଜୁ କରିଛି ।

ସିବିଆଇ ଅଧିକାରଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ରବିବାର ଦେବେନ୍ଦ୍ର କୁମାରଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା । ସେଠାରୁ ୮ଟି ମୋବାଇଲ ଫୋନ୍ ଜବତ କରାଯାଇଥିଲା । ସୋମବାର ତାଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ଡିଏସ୍ପି ଦେବେନ୍ଦ୍ର କୁମାର, ମଧ୍ୟସ୍ଥି ମନୋଜ ପ୍ରସାଦ ଏବଂ ସୋମେଶ ପ୍ରସାଦଙ୍କ ସମେତ କେତେକ ଅଜ୍ଞାତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏଫ୍ଆଇଆର ଅନୁସାରେ ବିଶିଷ୍ଟ ମାଂସ ବ୍ୟବସାୟୀ ମୋଇନଉଦ୍ଦିନ ଅହମଦ କ୍ୟୁରେସିଙ୍କ ବିରୋଧରେ ରୁଜୁ ବେଆଇନ ଅର୍ଥ କାରବାର ମାମଲାର ତଦନ୍ତ ବେଳେ ହାଇଦାରବାଦ ବ୍ୟବସାୟୀ ସତୀଶ ସାନାଙ୍କ ନାମ ସାମ୍ନାକୁ ଆସିଥିଲା । ସତୀଶ ଏଥିରୁ ନିଜ ନାମକୁ ହଟାଇବା ପାଇଁ ରାକେଶ ଆସ୍ଥାନାଙ୍କୁ ୩ କୋଟି ଟଙ୍କା ଲାଞ୍ଚ ଦେଇଥିଲେ । ଅଭିଯୋଗ ଅନୁସାରେ ଆସ୍ଥାନାଙ୍କ ନେତୃତ୍ୱାଧୀନ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ବ୍ୟବସାୟୀ ମୋଇନଉଦ୍ଦିନ ଅହମଦ କ୍ୟୁରେସିଙ୍କ ବିରୋଧରେ ବେଆଇନ ଅର୍ଥ କାରବାରରେ ରୁଜୁ ଏକ ମାମଲାର ତଦନ୍ତ କରୁଥିଲା ।

ତଦନ୍ତ ବେଳେ ହାଇଦରାବାଦ ବ୍ୟବସାୟୀ ସତୀଶଙ୍କ ସହ ମୋଇନଙ୍କ ସମ୍ପର୍କ କଥା ପଦାକୁ ଆସିଥିଲା । ତେବେ ସତୀଶ ଏଥିରୁ ନିଜ ନାମକୁ ହଟାଇବା ପାଇଁ ରାକେଶ ଆସ୍ଥାନାଙ୍କୁ ଲାଞ୍ଚ ଦେଇଥିଲେ । ଲାଞ୍ଚ କାରବାର ପାଇଁ ମନୋଜ ପ୍ରସାଦ ଏବଂ ସୋମେଶ ପ୍ରସାଦ ମଧ୍ୟସ୍ଥି କାର୍ଯ୍ୟ ତୁଲାଇଥିଲେ । ଏଥିରେ ରାକେଶଙ୍କ ସମେତ ଏସ୍ଆଇଟିରେ ଥିବା ବିଭିନ୍ନ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ