Connect with us

ଦେଶ

ପୁଅର ତଣ୍ଟିଚିପି ହତ୍ୟା : ମା’ ଗିରଫ

ସାଙ୍କେତିକ ଚିତ୍ର

ପୁଅର ତଣ୍ଟିଚିପି ହତ୍ୟା : ମା’ ଗିରଫ
ଲକ୍ଷନୌ ,୨୨ା୧୦ : ଉତ୍ତରପ୍ରଦେଶ ବିଧାନ ପରିଷଦ ଅଧ୍ୟକ୍ଷ ରମେଶ ଯାଦବଙ୍କ ସାନ ପୁଅ ଅଭିଜିତ ଯାଦବଙ୍କୁ ରବିବାର ହତ୍ୟା କରାଯାଇଛି । ଏହି ମାମଲାରେ ମୃତକ ଅଭିଜିତଙ୍କ ମା’ ତଥା ରମେଶ ଯାଦବଙ୍କ ପତ୍ନୀ ମୀରାଙ୍କୁ ସୋମବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ ତାଙ୍କୁ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ସୂଚନା ମିଳିଛି ।

ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଅଭିଜିତଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି । ତାଙ୍କ ମୁଣ୍ଡରେ କେତେକ କ୍ଷତ ଚିହ୍ନ ରହିଛି । ପ୍ରଥମେ ରମେଶ ଯାଦବଙ୍କ ପରିବାର ଲୋକେ ଏହାକୁ ଏକ ସ୍ୱାଭାବିକ ମୃତ୍ୟୁ ବୋଲି କହିଥିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଅଭିଜିତର ମୃତ୍ୟୁ ଘଟିଥିଲା ବୋଲି ଦର୍ଶାଇଥିଲେ । ଅନ୍ତିମ ସତ୍କାର ପାଇଁ ସମସ୍ତ ପ୍ରସ୍ତୁତି ବି ଶେଷ ହୋଇଥିଲା । ହେଲେ ଶେଷ ମୁହୂର୍ତ୍ତରେ ପୋଲିସ ପହଞ୍ଚି ଅନ୍ତିମ ସତ୍କାରକୁ ଅଟକାଇ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା । ଏସପି ପୂର୍ବ ସର୍ବେଶ ମିଶ୍ରାଙ୍କ କହିବା ଅନୁସାରେ ଲକ୍ଷନୌ ହସରତଗଙ୍ଗ ଅଞ୍ଚଳର ଦାରୁଲ ଶଫାରୁ ଅଭିଜିତଙ୍କ ଶବ ମିଳିଥିଲା । ପରିବାର ଲୋକେ ଏହାକୁ ଏକ ସ୍ୱାଭାବିକ ମୃତ୍ୟୁ ବୋଲି କହିଥିଲେ । କିନ୍ତୁ ସନ୍ଦେହରୁ ପୋଲିସ ଶବ ବ୍ୟବଚ୍ଛେଦ କରାଇଥିଲା ଓ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା । ପରେ ଅଭିଜିତଙ୍କ ବଡ ଭାଇ ଅଭିଷେକ ଯାଦବଙ୍କ ପକ୍ଷରୁ ହତ୍ୟାକାଣ୍ଡ ନେଇ ଥାନାରେ ମାମଲା ରୁଜୁ କରାଯାଇଥିଲା ।

ଏହି ଘଟଣାରେ ପୋଲିସ ଅଭିଜିତଙ୍କ ମା’ ମୀରା ଯାଦବଙ୍କୁ ହେପାଜତକୁ ନେଇ ଜେରା କରିବା ପରେ ସେ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ଅଭିଜିତ ନିଶାଶକ୍ତ ଅବସ୍ଥାରେ ତାଙ୍କୁ ଅସଦ ବ୍ୟବହାର କରିବା ସହ ମାରିବାକୁ ଉଦ୍ୟତ ହେବାରୁ ଆତ୍ମରକ୍ଷା ପାଇଁ ସେ ଏହି କାଣ୍ଡ ଭିଆଇଥିବା କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ