Connect with us

ଦେଶ

ସିବିଆଇ ଅନ୍ତଃକନ୍ଦଳର ତଦନ୍ତ ରିପୋର୍ଟ ୨ ସପ୍ତାହରେ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସାଙ୍କେତିକ ଚିତ୍ର

ସିବିଆଇ ଅନ୍ତଃକନ୍ଦଳର ତଦନ୍ତ ରିପୋର୍ଟ ୨ ସପ୍ତାହରେ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର:- ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅନଙ୍ଗ ପଟ୍ଟନାୟକଙ୍କ ତତ୍ୱାବଧାନରେ ସିଭିସି ସିବିଆଇର ୨ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ଅନ୍ତଃକନ୍ଦଳର ତଦନ୍ତ କରିବେ । ୧୪ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବନ୍ଦ ଲଫାପା ମଧ୍ୟରେ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଂଜନ୍ ଗୋଗେଇ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଅନ୍ତରୀଣ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିବା ଏମ୍ ନାଗେଶ୍ୱର ରାଓ କେବଳ ରୁଟିନ୍ କାର୍ଯ୍ୟ ଛଡା ଅନ୍ୟ କୌଣସି ବଡ ନିଷ୍ପତି ନେଇ ପାରିବେ ନାହିଁ । କୌଣସି ତଦନ୍ତକାରୀ ଅଧିକାରୀଙ୍କୁ ପରିବର୍ତନ କରିବା ବେଳେ ସେ କୋର୍ଟ ଜଣାଇବା ବାଧ୍ୟତାମୂଳକ ହେବ । ଆଲୋକ ବର୍ମାଙ୍କ ବିରୁଦ୍ଧରେ ଚାଲିଥିବା ତଦନ୍ତ ଚାଲୁ ରହିବ । ଅପସାରଣ ବିରୁଦ୍ଧରେ ସେ ଚ୍ୟାଲେଂଜ କରିଥିଲେ ।
ମାମଲାର ଯାଂଚ ପାଇଁ ସିଭିସି ଓକିଲ ସଲିସିଟର ଜେନରାଲ ତୁଷାର ମେହେଟ୍ଟା ୩ ସପ୍ତାହ ସମୟ ମାଗିଥିଲେ । କିନ୍ତୁ ୧୪ ଦିନ ମଧ୍ୟରେ ମାମଲାର ଯାଂଚ ଶେଷ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ପରବର୍ତୀ ଶୁଣାଣୀ ଦିପାବଳି ପରେ ଅର୍ଥାତ୍ ନଭେମ୍ବର ୧୨ରେ ହେବ । ସିବିଅ।ଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଆବେଦନ ଉପରେ ଆଜି ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି

Click to comment

Leave a Reply

Your email address will not be published. Required fields are marked *

More in ଦେଶ