Connect with us

ଦେଶ

ଜଳ ସମ୍ପଦର ନ୍ୟାୟସଙ୍ଗତ ଉପଯୋଗ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ଲକ୍ଷେ୍ମାଠାରେ କୃଷି କୁମ୍ଭକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
ସେଚ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅଧିକରୁ ଅଧିକ ସ୍ଥାପନ ହେବ ସୌର ପମ୍ପ
ଜଳ ସମ୍ପଦର ନ୍ୟାୟସଙ୍ଗତ ଉପଯୋଗ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ
ନୂଆଦିଲ୍ଲୀ,୨୬ା୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଲକ୍ଷେ୍ମାଠାରେ ଆୟୋଜିତ କୃଷି କୁମ୍ଭକୁ ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ କୃଷକମାନଙ୍କର ଏହି ସଭା ନୂତନ ଜ୍ଞାନ କୋଶଳକୁ ପ୍ରଭାବିତ କରିବା ସହିତ କୃଷି କ୍ଷେତ୍ରରେ ଉତମ ସୁଯୋଗ ସୃଷ୍ଟିର ମାର୍ଗ ପ୍ରଶସ୍ତ କରିଛି । ଖାଦ୍ୟାନ୍ନ କ୍ରୟ ବୃଦ୍ଧି କରିବାର ନିଜ ପ୍ରଚେଷ୍ଟା ପାଇଁ ଉତର ପ୍ରଦେଶ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ସେ ଗୁରୁତ୍ୱ ପ୍ରଦାନ କରି କହିଥିଲେ ଯେ କୃଷକ ହେଉଛନ୍ତି ସେହିମାନେ ଯେଉଁମାନେ ଦେଶକୁ ଆଗକୁ ନେଇଥାଆନ୍ତି । ସେ ୨୦୨୨ ସୁଦ୍ଧା କୃଷକମାନଙ୍କ ଆୟକୁ ଦୁଇ ଗୁଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିଶୃତିର ପୁନରାବୃତି କରିଥିଲେ । ଏହି ସନ୍ଦର୍ଭରେ ସେ ନିବେଶ ଖର୍ଚ୍ଚକୁ କମ କରିବା ଏବଂ ଲାଭ ବୃଦ୍ଧି ପାଇଁ ପଦକ୍ଷେପଗୁଡିକ ବିଷୟରେ ଉଲ୍ଲେଖ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଖୁବ ଶୀଘ୍ର ନିକଟରେ ଦେଶସାରା ଜମିରେ ଅଧିକ ସଂଖ୍ୟାରେ ସୋ÷ର ପମ୍ପମାନ ପ୍ରତିଷ୍ଠା କରାଯିବ । କାରିଗରୀ କୌଶଳର ଉପଯୋଗ କରି କୃଷି ଓ କୃଷକଙ୍କୁ ଲାଭ ପ୍ରଦାନ କରିବା ଉପରେ ସରକାର କାର୍ଯ୍ୟ କରୁଛନ୍ତି । ସେ କହିଥିଲେ ଯେ ବାରାଣସୀରେ ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବା ଏହାର ଅଂଶ ବିଶେଷ ।

ପ୍ରଧାନମନ୍ତ୍ରୀ କୃଷିରେ ମୂଲ୍ୟ ସମ୍ବର୍ଦ୍ଧନର ଗୁରୁତ୍ୱ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ସେ ଖାଦ୍ୟ ପ୍ରକ୍ରୀୟାକରଣ କ୍ଷେତ୍ରରେ କରାଯାଇଥିବା ପଦକ୍ଷେପଗୁଡିକର ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ସବୁଜ ବିପ୍ଳବ ପରେ ଦୁଗ୍ଧ ଉତ୍ପାଦନ, ମହୁ ଉତ୍ପାଦନ, କୁକୁଡା ଏବଂ ମତ୍ସ୍ୟ ଚାଷ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଉଛି । ପ୍ରଧାନମନ୍ତ୍ରୀ ଏହି କୃଷି କୁମ୍ଭରେ ଜଳ ସଂସାଧନର ନ୍ୟାୟସଙ୍ଗତ ଉପଯୋଗ, ଭଣ୍ଡାରଣ ପାଇଁ ଉତମ ପ୍ରଯୁକ୍ତି ଏବଂ ଚାଷରେ ନୂତନ ଜ୍ଞାନ କୋ÷ଶଳର ଉପଯୋଗ ଭଳି ବିଷୟ ଉପରେ ଅଧିକ ଆଲୋଚନା କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ ।

ସେ ନୂତନ ପ୍ରଯୁକ୍ତି ବିଦ୍ୟା ଏବଂ କୋ÷ଶଳ ବିକାଶର ଆବଶ୍ୟକତା ଉପରେ ଜୋର ଦେଇଥିଲେ ଯାହାକି ଅମଳ ପରବର୍ତି ଫସଲ ଅବଶିଷ୍ଟାଂଶ ପୋଡି ପରିବେଶକୁ ନଷ୍ଟ କରିବା ଭଳି ପରିସ୍ଥିତିକୁ ସମାପ୍ତ କରିବାରେ ସହାୟକ ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ