Connect with us

ଦେଶ

ରାମଜନ୍ମ ଭୂମି ମାମଲାର ବିଚାର ଲାଗି ନୂଆ ଖଣ୍ଡପୀଠ

ସାଙ୍କେତିକ ଚିତ୍ର

ରାମଜନ୍ମ ଭୂମି ମାମଲାର ବିଚାର ଲାଗି ନୂଆ ଖଣ୍ଡପୀଠ

ନୂଆଦିଲ୍ଲୀ :- ବିବାଦିତ ରାମଜନ୍ମ ଭୂମି ମାମଲାର ବିଚାର ଲାଗି ସୁପ୍ରିମ୍‌କୋର୍ଟ ନିଜର ପୂର୍ବ ଖଣ୍ଡପୀଠ ବଦଳାଇଦେଇ ଏକ ନୂଆ ଖଣ୍ଡପୀଠ ଗଠନ କରିଛନ୍ତି । ଅକ୍ଟୋବର ୨୯ ତାରିଖ ଠାରୁ ଏହି ନୂତନ ଖଣ୍ଡପୀଠ ମାମଲାର ଶୁଣାଣି କରିବ । ଏହି ନୂତନ ଖଣ୍ଡପୀଠରେ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ୍‌ ଏସ୍‌.କେ.କାଉଲ୍‌ ଓ ଜଷ୍ଟିସ୍‌ କେ.ଏମ୍‌ .ଯୋଶେଫ ସଦସ୍ୟ ଅଛନ୍ତି । ଅକ୍ଟୋବର ୨୯ ଠାରୁ ବିବାଦିତ ରାମଜନ୍ମ ଭୂମି ମାମଲାର ନିୟମିତ ଶୁଣାଣି କରାଯିବ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବ ଖଣ୍ଡପୀଠରେ ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଏବଂ ଜଷ୍ଟିସ୍‌ ଅବଦୁଲ୍‌ ନାଜିର୍‌ ଓ ଜଷ୍ଟିସ ଅଶୋକ ଭୂଷଣ ସଦସ୍ୟ ଥାଇ ମାମଲାର ଶୁଣାଣି କରୁଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ