Connect with us

ଅପରାଧ

ସିନେମା ହଲ୍‌ରେ ସାମ୍ବାଦିକଙ୍କୁ ନିସ୍ତୁକ ମାଡ଼ ଘଟଣା , ୩ ଗିରଫ

ସାଙ୍କେତିକ

ସିନେମା ହଲ୍‌ରେ ସାମ୍ବାଦିକଙ୍କୁ ନିସ୍ତୁକ ମାଡ଼ ଘଟଣା , ୩ ଗିରଫ
ଭୁବନେଶ୍ୱର :- ୨୭/୧- ଶହୀଦନଗର ଥାନା ଅନ୍ତର୍ଗତ ମହାରାଜା ଫିଲ୍ମ ହଲରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ଅଭିଯୋଗରେ ସହିଦ ନଗର ଥାନା ପୁଲିସ ଆଜି ସଂଧ୍ୟାରେ ୩ଜଣ ଯୁବକଙ୍କୁ ଗିରଫ କରିଛି । ସେମାନେ ହେଲେ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରନେତା ସୌମ୍ୟରଞ୍ଜନ ମହାପାତ୍ର ଏବଂ ତାଙ୍କର ୨ ସହଯୋଗୀ ଅନନ୍ତ ସାମନ୍ତରାୟ ଓରଫ ଚିକୁ ଓ ସୁବ୍ରତ ବିଶ୍ୱାଳ।

ଏଠାରେ ଉଲ୍ଲେଖଯୋଗ୍ୟଯେ, ଦୈନିକ ‘ପ୍ରମେୟ’ର ସାମ୍ବାଦିକ କପିଳେନ୍ଦ୍ର ପ୍ରଧାନ ଶନିବାର ଦିନ ପୂର୍ବାହ୍ନ ପ୍ରାୟ ୧୧ଟା ୩୦ରେ ମହାରାଜା ଫିଲ୍ମ ହଲରେ ଫିଲ୍ମ ଦେଖୁଥିଲେ । ସେହି ସମୟରେ ହଲ୍‌ରେ ଉପସ୍ଥିତ ଥିବା କିଛି ଅସାମାଜିକ ଯୁବକ ପାଟିତୁଣ୍ଡ, ହୋ-ହଲ୍ଲା କରିବା ସହ ମହିଳାଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ ବ୍ୟବହାର କରୁଥିଲେ । ଦୀର୍ଘ ସମୟ ଧରି ଏପରି ଚାଲିବାରୁ ଦର୍ଶକମାନେ ବିରକ୍ତିଭାବ ପ୍ରକାଶ କରିଥିଲେ । ଏଥିରେ ଅତିଷ୍ଠ ହୋଇ କପିଳେନ୍ଦ୍ର ଏହାର ପ୍ରତିବାଦ କରିବା ସହ ସେମାନଙ୍କୁ ଏପରି ନ କରିବାକୁ ତାଗିଦ୍‌ କରିଥିଲେ । ସେମାନଙ୍କ ମଧ୍ୟରୁ ୫ରୁ ୭ଜଣ ଉତ୍ତ୍ୟକ୍ତ ଯୁବକ ଏକାଠି ହୋଇ କପିଳେନ୍ଦ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ସଂଘବଦ୍ଧ ଭାବେ ମାଡ଼ ମାରିବା ସହ ତାଙ୍କ ପରିଚୟପତ୍ର ଓ ସେ ପିନ୍ଧିଥିବା ଏକ ସୁନା ଚେନ୍‌ ଲୁଟି ନେଇଥିଲେ । ପୋଲିସ ପହଂଚି କପିଳେନ୍ଦ୍ରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା ।

ଏ ନେଇ ଥାନାରେ ଏକ ମାମଲା(୫୫/୧୯) ରୁଜୁ ହେବା ସହ ପୋଲିସ ଘଟଣାର ତଦନ୍ତ ଚଳାଇଥିଲା । ଅନ୍ୟପଟେ ସୌମ୍ୟରଞ୍ଜନ ରବିବାର ଦିନ ପାଲଟା ଅଭିଯୋଗ କପିଳେନ୍ଦ୍ରଙ୍କ ନାମରେ କରିଛନ୍ତି । ଏଠାରେ ପ୍ରଶ୍ନ ଉଠେଯେ ,ଯଦି ସୋମ୍ୟରଞ୍ଜନ ଘଟଣା ଘଟିବାର ପରଦିନ ଥାନାରେ ହଜାର ହୋଇ ପାଲଟା ଅଭିଯୋଗ କରିବାକୁ ଆସିଥିଲେ ସେଠାରେ ତାଙ୍କୁ ଅଟକ ରଖାଯାଇ ଘଟଣାର ତଦନ୍ତ କରାଯାଇପାରିଥାନ୍ତା । କିନ୍ତୁ କାହାର ନିର୍ଦେଶରେ ସେ ସେଠାକୁ ପାଲଟା ଅଭିଯୋଗ କରିବାକୁ ଆସିଥିଲେ ଓ କାହାର ନିର୍ଦେଶରେ ତାଙ୍କୁ ଛାଡିଦିଆଯାଇଥିଲା ତାହା ତଦନ୍ତ ସାପେକ୍ଷ । ଏମାନେ ଛାତ୍ର ନେତା ହୋଇଥିବାରୁ କିଛି ଧୁରନ୍ଧର ଭ୍ରଷ୍ଟ ନେତା ଏମାନଙ୍କ ସପକ୍ଷରେ ଥିବେ ଏହା ନିଃସନ୍ଦେହ ।.

ସେପଟେ ସାମ୍ବାଦିକ ସୁରକ୍ଷା ମଞ୍ଚ ଘଟଣାକୁ ନିନ୍ଦା କରିଛି । କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ବାରମ୍ବାର ଆକ୍ରମଣ କରାଯାଉଥିବାରୁ ଏ ନେଇ ଆଇନ ଆଣିବା ପାଇଁ ମଞ୍ଚ ଏକ ଖବରଦାତା ସମ୍ମିଳନୀରେ ଦାବି କରିଛି । ବରିଷ୍ଠ ସାମ୍ବାଦିକମାନେ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ