Connect with us

ଓଡିଶା

ପରଲୋକରେ ପୂର୍ବତନ ମନ୍ତ୍ରୀ ଓ ବିଶିଷ୍ଟ ଆଦିବାସୀ ନେତା ଚୈତନ୍ୟ ପ୍ରସାଦ ମାଝୀ

ସାଙ୍କେତିକ

ପରଲୋକରେ ପୂର୍ବତନ ମନ୍ତ୍ରୀ ଓ ବିଶିଷ୍ଟ ଆଦିବାସୀ ନେତା ଚୈତନ୍ୟ ପ୍ରସାଦ ମାଝୀ
ଭୁବନେଶ୍ୱର:୨୮।୧- ଆଜି ସକାଳେ ପୂର୍ବତନ ମନ୍ତ୍ରୀ ଓ ବିଶିଷ୍ଟ ଆଦିବାସୀ ନେତା ଚୈତନ୍ୟ ପ୍ରସାଦ ମାଝୀଙ୍କର ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ଠାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ବୟସାଧିକ୍ୟ ଯୋଗୁଁ କିଛି ଦିନ ହେବ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରହୁ ନ ଥିଲା । ଆଜି ସକାଳ ୭: ୧୦ ମିନିଟ୍‌ରେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ତାଙ୍କର ପରଲୋକ ହୋଇଛି ।

ସଂକ୍ଷେପରେ ସ୍ୱର୍ଗତ ମଝି – ୧୯୨୯ ମସିହା ନଭେମ୍ବର ୧୯ ତାରିଖରେ ମୟୂରଭଞ୍ଜ ଠାରେ ଜନ୍ମିତ ଚୈତନ୍ୟ ପ୍ରସାଦ ବିଜ୍ଞାନରେ ସ୍ନାତକ କରିଥିଲେ । ୧୯୭୯ ରୁ ୧୯୮୫ ଯାଏଁ ସେ ଓ. ପି. ଏସ୍‌. ସି. ର ସଦସ୍ୟ ଥିଲେ । କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ୧୯୭୨ ରୁ ୧୯୭୮ ଯାଏଁ ସେ ରାଜ୍ୟସଭା ସାଂସଦ ହୋଇ କେନ୍ଦ୍ର କ୍ୟାବିନେଟ୍‌ରେ ପେଟ୍ରୋଲିୟମ୍‌ ଓ କେମିକାଲ୍‌ର ଡେପୁଟି ମିନିଷ୍ଟର୍‌ ଥିଲେ । ୧୯୯୮-୨୦୦୦ ଯାଏଁ ସେ ପଶ୍ଚିମ ଓଡ଼ିଶା ବିଶ୍ୱବିଦ୍ୟାଳୟର ଏକାଡେମିକ୍‌ କାଉନ୍‌ସିଲ୍‌ ଥିଲେ । ୧୯୯୦ ରୁ ୧୯୯୫ ଯାଏଁ ବିଜୁ ପଟ୍ଟନାୟକଙ୍କ ସରକାରରେ ସେ ଶିକ୍ଷା ଓ ଯୁବ କଲ୍ୟାଣ ମନ୍ତ୍ରୀ ଥିଲେ। ସେ ଜନଜାତି ଭାଷା ଓ ସଂସ୍କୃତି ସମ୍ବନ୍ଧରେ ପୁସ୍ତକ ପ୍ରକାଶ କରିବା ସହ ଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଟ୍ରାଇବାଲ୍‌ ଲିଟେରାରି ଫୋରମ୍‌ର ସଦସ୍ୟ ମଧ୍ୟ ଥିଲେ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା