Connect with us

ଆଞ୍ଚଳିକ

ନିର୍ମାଣ ଶ୍ରମିକ ସଂଘର ସଚେତନତା ଶିବିର ଓ ପରିଚୟପତ୍ର ବଂଟନ

ସାଙ୍କେତିକ

ନିର୍ମାଣ ଶ୍ରମିକ ସଂଘର ସଚେତନତା ଶିବିର ଓ ପରିଚୟପତ୍ର ବଂଟନ
କୁଜଙ୍ଗ – ଓଡିଶା ନିର୍ମାଣ ମଜଦୁର ସଭା ଜଗତସିଂହପୁର ଓ ବିଜୁ ଶ୍ରମିକ ସାମୁଖ୍ୟ ଆନୁକୁଲ୍ୟରେ ନିର୍ମାଣ ଶ୍ରମିକ ସଂଘର ସଚେତନତା ଶିବିର ଓ ପରିଚୟପତ୍ର ବଂଟନ ମେଳା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜୁ ଶ୍ରମିକ ସାମୁଖ୍ୟ ଉପସଭାପତି ତଥା ଓଡିଶା ନିର୍ମାଣ ମଜଦୁର ସଭା ବିଶିଷ୍ଟ ଶ୍ରମିକନେତା ଓ ଆଇନଜୀବୀ ଅମୃତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନିର୍ମାଣ ଶ୍ରମିକ ସଂଘର ସଚେତନତା ଶିବିର ଓ ପରିଚୟପତ୍ର ବଂଟନ ମେଳାରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ରାଜେନ୍ଦ୍ର ପ୍ରସାଦ ସିଂ, ସମ୍ମାନୀତ ଅତିଥିଭାବେ ଜଗତସିଂହପୁର ଜିଲ୍ଲା ଶ୍ରମ ଅଧିକାରୀ ବାବା ଆନନ୍ଦ ରଞ୍ଜନ ଦାସ ଓ ଶ୍ରମିକ ସାମୁଖ୍ୟ ରାଜ୍ୟ ଉପସଭାପତି ଆଇନଜୀବୀ ଯୁଗଳ କିଶୋର ନାୟକ ଯୋଗଦେଇ ଶ୍ରମ ଆଇନର ବିଧିବ୍ୟବସ୍ଥା ଓ ନିର୍ମାଣ ଶ୍ରମିକମାନଙ୍କ ନିମନ୍ତେ ଥିବା ସମସ୍ତ ପ୍ରକାରର ସୁବିଧା ସୁଯୋଗ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି ରାଜ୍ୟ ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ରାଜେନ୍ଦ୍ର ପ୍ରସାଦ ସିଂ ଓଡିଶାର ନିର୍ମାଣ ଶ୍ରମିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ