Connect with us

ଓଡିଶା

ସିଏଏ ଓ ଏନଆରସି ବିରୋଧରେ ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ସାଙ୍କେତିକ

ସିଏଏ ଓ ଏନଆରସି ବିରୋଧରେ ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ୱର,୧୭ ଡିସେମ୍ବର – ସିଏଏ ଓ ଏନଆରସି କୁ ରଦ୍ଦ କରିବା ଦାବି କରି ଅଖିଳ ଭାରତୀୟ ସଂଖ୍ୟାଲଘୁ ସମ୍ପ୍ରଦାୟ ସଂଗଠନ ପକ୍ଷରୁ ଭୁବନେଶ୍ୱର ଠାରେ ସମ୍ବିଧାନ ବଂଚାଅ , ଭାରତ ବଂଚାଅ ଆନ୍ଦୋଳନ କରାଯାଇଥିଲା । ବିକ୍ଷୋଭକାରୀମାନେ ରାମମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମଜି ଠାରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏଥିରେ କଟକ , ଖୋର୍ଦ୍ଧା , ପୁରୀ , ଜଗତସିଂହପୁର, ବାଲେଶ୍ୱର ଆଦି ସ୍ଥାନରୁ ବହୁ ଲୋକ ସାମିଲ ହୋଇଥିଲେ । ସେମାନେ ସରକାର ବିରୋଧୀ ନାରା ଦେବା ସହ ଏକତା ବଜାୟ ରଖିବାକୁ ସ୍ଲୋଗାନ ଦେଇଥିଲେ । ଧର୍ମ ଭିତିରେ ଭାରତକୁ ବିଭକ୍ତ କରାନଯାଉ । ଦେଶର ସ୍ୱାଧୀନତା ପାଇଁ ମୁସଲିମ୍ ମାନଙ୍କ ଅବଦାନ କମ୍ ନୁହେଁ ।ଭାରତ ଉପରେ ଯେତେବେଳେ ବିପଦ ଆସିଛି ମୁସଲିମ୍ ମାନେ କେବେ ପଛରେ ରହି ନାହାନ୍ତି । ଓଡିଶାରେ ରହୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ସୁରକ୍ଷା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଗଣମାଧ୍ୟମରୁ ଜଣାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ଆମେ ରହିଛୁ । ସିଏବି ଗୃହୀତ ହେବା ବେଳେ ବିଜେଡି ସମର୍ଥନ କରିଛି । ଏହାଦ୍ୱାରା ସେମାନେ ଦ୍ୱନ୍ଦରେ ପଡିଛନ୍ତି । ସେମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କର କଣ ଆଭିମୁଖ୍ୟ ରହିଛି ତାହା ସ୍ପଷ୍ଟ କରିବା ଦରକାର । ବିକ୍ଷୋଭ ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗୃହ ବିଭାଗ ସଚିବଙ୍କୁ ପ୍ରଦାନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା