Connect with us

ଓଡିଶା

ନୂତନ କୃଷି ନୀତି ‘ସମୃଦ୍ଧି’ କୁ କ୍ୟାବିନେଟ୍ ମଂଜୁରୀ

ସାଙ୍କେତିକ

ନୂତନ କୃଷି ନୀତି ‘ସମୃଦ୍ଧି’ କୁ କ୍ୟାବିନେଟ୍ ମଂଜୁରୀ
ଭୁବନେଶ୍ୱର,୧୭ ଡିସେମ୍ବର – ଓଡିଶାର କୃଷକ ମାନଙ୍କ ହିତ ଓ କୃଷିର ଉନ୍ନତି ପାଇଁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ନୂତନ କୃଷି ନୀତି ‘ସମୃଦ୍ଧି’ କୁ ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଲୋକସେବା ଭବନ ଠାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମୋଟ୍ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏସମ୍ପର୍କରେ ସୂଚନା ଦେଇ ରାଜ୍ୟ କ୍ୟାବିନେଟ୍ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି ଯେ ଏହି ନୂତନ କୃଷି ନୀତି ଦ୍ୱାରା କୃଷକ ମାନଙ୍କ ଆୟର ନିରନ୍ତର ଅଭିବୃଦ୍ଧି କୁ ନିଶ୍ଚିନ୍ତ କରିବା , କ୍ଷୂଦ୍ର ଓ ନାମମାତ୍ର ଚାଷୀ ମାନଙ୍କ ଅଭିବୃଦ୍ଧି ପ୍ରକ୍ରିୟାକୁ ,ସୁଦୃଢ କରିବା , କୃଷି ଅଭିବୃଦ୍ଧିକୁ ସ୍ଥାୟୀ କରାଯାଇପାରିବ । ଏହି ଲକ୍ଷ୍ୟ ସାଧନ ପାଇଁ ବିଜ୍ଞାନ ଓ ବୈଶୟିକ ଜ୍ଞାନ କୌଶଳର ପ୍ରୟୋଗ , ଜଳବାୟୁ ପରିବର୍ତନ ସହ ଖାପ ଖୁଆଇବା , କୃଷି ଉତ୍ପାଦ ପାଇଁ ବଜାର (ଘରୋଇ ଓ ଆନ୍ତର୍ଜାତୀୟ) , ଉତ୍ପାଦନ ବୃଦ୍ଧି ପାଇଁ ସମ୍ବଳର ସୁବିନିଯୋଗ, ଉପଯୁକ୍ତ ଭିତିଭୂମି ନିର୍ମାଣ , ଉଚ୍ଚ ମୂଲ୍ୟଯୁକ୍ତ କୃଷି ଉତ୍ପାଦନ ଓ ବିବିଧିକରଣ, ମାନବ ସମ୍ବଳର ଉନ୍ନତି ଓ କୌଶଳ ବିକାଶ, ଅନୁଷ୍ଠାନ ଗୁଡିକୁ ଶକ୍ତିଶାଳୀ କରିବା ଉପରେ ଗୁରୁତ୍ୱେ ଦିଆଯାଇଛି ।
ଏହା ବ୍ୟତୀତ କୃଷି ସାମଗ୍ରୀ , ତାର ଉତ୍ପାଦନ ଓ ବଜାର ସହିତ ସଂଯୁକ୍ତିକରଣ , ଧାନ ଉତ୍ପାଦନରେ ନିରନ୍ତର ବୃଦ୍ଧି , ଉଚ୍ଚ ମୂଲ୍ୟଯୁକ୍ତ କୃଷି ବିବିଧିକରଣ ଉପରେ ପ୍ରାଧାନ୍ୟ, ଭୂମି , ଜଳ ଓ ମୃତିକାର ବ୍ୟବହାର କୌଶଳ ଓ ପରିବେଶ ଉପଯୋଗୀ ହେବା ସହ ଉତମ ମୂଲ୍ୟ ପାଇଁ ଉତ୍ପାଦିତ ସାମଗ୍ରୀକୁ ପରିସ୍କାର ଓ ବର୍ଗୀକରଣ କରିବା ଇତ୍ୟାଦିକୁ ପ୍ରୋତ୍ସାହନ ଦିଆଯାଇଛି । ପନିପରିବା , ଫଳ , ଦୁଗ୍ଧ ,ମାଂସ ଇତ୍ୟାଦିର ମୂଲ୍ୟ ନିର୍ଦ୍ଧାରଣ କରିବା ଏହାର ମୂଳ ଲକ୍ଷ୍ୟ । କୃଷି ଉତ୍ପାଦ ସଂଗଠନ ସୃଷ୍ଟି କରିବା , ପ୍ରାକ୍ ଓ ପରବର୍ତୀ ଅମଳ ପରିଚାଳନା କରି ଅପଚୟ କମ୍ କରିବା ,ଜଳବାୟୁ ପରିବର୍ତନ ରେ ଖାପ ଖୁଆଇବା ଭଳି ବୈଷୟିକ ଜ୍ଞାନ କୌଶଳର ବ୍ୟବହାର କରିବା ,ଯୋଜନା ଓ ପର୍ଯ୍ୟାଲୋଚନା ପାଇଁ ଡାଟା ବ୍ୟବହାର କରିବା , କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ଉପରେ ପ୍ରାଧାନ୍ୟ ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଜଣାଇଥିଲେ ।
ଗବେଶଣା , ବିକାଶ, ବିପର୍ଯ୍ୟୟ ପରିଚାଳନା , ବୀମା , ଋଣ ଓ ଅନ୍ୟାନ୍ୟ ବିଶେଷ କ୍ଷେତ୍ର ଉପରେ କୃଷି ନୀତିରେ ଧ୍ୟାନ ଦିଆଯାଇଛି ବୋଲି କୃଷି ସଚିବ ସୌରଭ ଗର୍ଗ ପ୍ରକାଶ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା