Connect with us

ଓଡିଶା

ସାଲିଆ ସାହି ବସ୍ତି ଉଚ୍ଛେଦକୁ ସି.ପି.ଆଇ.(ଏମ୍)ର ବିରୋଧ

ସାଙ୍କେତିକ

ସାଲିଆ ସାହି ବସ୍ତି ଉଚ୍ଛେଦକୁ ସି.ପି.ଆଇ.(ଏମ୍)ର ବିରୋଧ
ଭୁବନେଶ୍ୱର, ୦୭ ନଭେମ୍ବର – କୌଣସି ବିକଳ୍ପ ସୁନିଶ୍ଚିତ ଥଇଥାନ ବ୍ୟବସ୍ଥା ନକରି ସାଲିଆ ସାହି ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ କରିବା ନିଷ୍ପତିକୁ ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ତିବ୍ର ବିରୋଧ କରିଛି ।

ସି.ପି.ଆଇ.(ଏମ୍) ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ କେବଳ ଓଡିଶାରେ ନୁହଁ, ସାଲିଆ ସାହି ବସ୍ତି ଭାରତରେ ଏକ ବିଶାଳ ବସ୍ତି ଅଟେ । ୨୦,୦୦୦ରୁ ଉଦ୍ଧ୍ୱର୍ ପରିବାର ଏବଂ ଏକ ଲକ୍ଷରୁ ଉଦ୍ଧ୍ୱର୍ ସାଧାରଣ ଜନତା ଏହି ଅଂଚଳରେ ବସବାସ କରି ଜୀବିକା ନିର୍ବାହ କରୁଛନ୍ତି । ଏମାନେ ସମସ୍ତେ ଶ୍ରମଜିବୀ ଜନଗଣ ଏବଂ ସାମାଜିକ ଭାବରେ ପଛୁଆ ବର୍ଗ ଅଟନ୍ତି । ଆଦିବାସୀ , ଦଳିତ, ପଛୁଆ ବର୍ଗ, ବିଭିନ୍ନ କାମ କରି ନିଜର ଜିବୀକା ନିର୍ବାହ ପାଇଁ ସାଲିଆ ସାହିକୁ ଆଶ୍ରୟ କରି ରହିଛନ୍ତି । ଦୁର୍ଗମ ଜଙ୍ଗଲ ଅଂଚଳକୁ ସଫା କରି ଆଦିବାସୀମାନେ ନିଜର ବସତି ସ୍ଥାପନ କରିଛନ୍ତି ।

ସାଲିଆ ସାହି ଅଂଚଳର ବ୍ୟାପକ ଜମି ଜଙ୍ଗଲ କିସମର ଅଟେ । ରାଜ୍ୟ ସରକାର ସହରୀକରଣ ଯୋଜନାରେ ବାସହୀନ ଏବଂ ଭୂମିହୀନ ପରିବାରମାନଙ୍କୁ ସୁନିଶ୍ଚିତ ଥଇଥାନ ବ୍ୟବସ୍ଥା ନକରି ହଠାତ୍ ଉଚ୍ଛେଦ ପାଇଁ ଚାପ ସଷ୍ଟି କରିବା ଜନବିରୋଧୀ ଏବଂ ଚରମ ଅନ୍ୟାୟ ଅଟେ । ସରକାର ଯଦି ଉଚିତ୍ ପଦକ୍ଷେପ ଗ୍ରହଣ ନକରିବେ ଦଳମତ ନିର୍ବିସେଷରେ ବସ୍ତିବାସିନ୍ଦା ଏକାଠି ହୋଇ ଆନ୍ଦୋଳନ ଜାରି ରଖିବା ପାଇଁ ସି.ପି.ଆଇ.(ଏମ୍) ଆହ୍ୱାନ କରିଛି ।

ଆଜି ସି.ପି.ଆଇ.(ଏମ୍)ର ଏକ ପ୍ରତିନିଧି ଦଳ ବସ୍ତି ଅଂଚଳ ଯାଇ ଲୋକଙ୍କ ଅବସ୍ଥା ବୁଝିବା ସହିତ ଧାରଣା ରତ ବସ୍ତିବାସିନ୍ଦାଙ୍କୁ ସମ୍ବୋଧିତ କରି ବକ୍ତବ୍ୟ ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ସି.ପି.ଆଇ.(ଏମ୍)ର ବରିଷ୍ଠ ନେତା ତଥା ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି, ଜଗନ୍ନାଥ ମିଶ୍ର, ଓଡିଶା ବସ୍ତିବାସିନ୍ଦା ମହାସଂଘର ରାଜ୍ୟ ଆବାହକ ସୁରେଶ ପାଣିଗ୍ରାହୀ, ସି.ଆଇ.ଟି.ୟୁର ଭୁବନେଶ୍ୱର ନେତା ପ୍ରଭାତ ପାଣିଗ୍ରାହୀ, ଓଡିଶା ଆଦିବାସୀ ଅଧିକାର ମଂଚର ଯୁଗ୍ମ ସମ୍ପାଦକ ଚାମ୍ବରୁ ସୋରେନ୍ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

ସାଲିଆ ସାହି ଆଂଚଳିକ କମିଟି ନେତୃତ୍ୱରେ ଚାଲିଥିବା ଏହି ଆନ୍ଦୋଳନକୁ ସି.ପି.ଆଇ.(ଏମ୍) ସମ୍ପୁର୍ଣ୍ଣଭାବେ ସମର୍ଥନ ଜଣାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା