Connect with us

ଆଞ୍ଚଳିକ

ବାତ୍ୟା ପାଇଁ ୩ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ସାଙ୍କେତିକ

ବାତ୍ୟା ପାଇଁ ୩ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
ଭୁବନେଶ୍ୱର, ୦୭ ନଭେମ୍ବର – ସମ୍ଭାବ୍ୟ ବାତ୍ୟା ବୁଲବୁଲ୍ କୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାର ସବୁ ସ୍କୁଲରେ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ଆସନ୍ତାକାଲି (ଶୁକ୍ରବାର) ଓ ଶନିବାର ଦୁଇ ଦିନ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକରେ ଛୁଟି ଘୋଷଣା କରିଛନ୍ତି । ସେହିପରି କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।
ବଙ୍ଗୋପସାଗର ଦେଇ ଯିବାକୁ ଥିବା ଏହି ବାତ୍ୟା ଯଦିଓ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବ ତଥାପି ଓଡିଶା ଏହାଦ୍ୱାରା କିଛିଟା ପ୍ରଭାବିତ ହୋଇପାରେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ