Connect with us

ଆଞ୍ଚଳିକ

ଭଦ୍ରକ କାଳୀପୂଜା ଶେଷ, ଘଂଟ-ମାଦଳ-ଶଙ୍ଖ ଧ୍ୱନିରେ ମା ନେଲେ ମେଲାଣି

ସାଙ୍କେତିକ

ଭଦ୍ରକ କାଳୀପୂଜା ଶେଷ, ଘଂଟ-ମାଦଳ-ଶଙ୍ଖ ଧ୍ୱନିରେ ମା ନେଲେ ମେଲାଣି
ଭଦ୍ରକ, ୬ ନଭେମ୍ବର – ଭଦ୍ରକର ପ୍ରସିଦ୍ଧ କାଳୀପୂଜାର ଭସାଣି ଉତ୍ସବ ଆଜି ମହାସମାରୋହରେ ଶେଷ ହୋଇଛି । ଭଦ୍ରକବାସୀ ମା’ଙ୍କୁ ବେଶ୍ ଭାବାପୂର୍ଣ୍ଣ ହୃଦୟରେ ବିଦାୟ ଦେଇଛନ୍ତି । ଚଳିତବର୍ଷ ମା’ଙ୍କର ଏହି ଭସାଣି ଉତ୍ସବରେ କିଛିଟା ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରତ୍ୟେକ ବର୍ଷ ମା’ଙ୍କ ଭସାଣି ରାତିରେ ହେଉଥିବାବେଳେ ଚଳିତବର୍ଷ ପ୍ରଶାସନର ନିର୍ଦ୍ଦେଶରେ ଦିନରେ ସଂପନ୍ନ ହୋଇଛି ।

ଚରମ୍ପା ଅଂଚଳରେ ଅନୁଷ୍ଠିତ ମା’ଙ୍କ ୬ଟି ମୃଣ୍ମୟୀ ମୃତି ପାରମ୍ପରିକ ବାଦ୍ୟ ସହିତ ଶୋଭାଯାତ୍ରାରେ ନିଆଯାଇ ଧାମରା ବନ୍ଦରକୁ ଯାଇଥିବା ରେଳଲାଇନ୍ ନିକଟସ୍ଥ ଏଲ୍ ଏଣ୍ଡ ଟି ପୋଖରୀରେ ବିସର୍ଜନ କରାଯାଇଥିଲା ।
ଅନୁରୂପ ରାଜଘାଟ ଛକ ସ୍ଥିତ ମା’ ଙ୍କ ମୃତିକୁ କମିଟିର ସଭାପତି ଅଶୋକ ନାୟକ, ସଂପାଦକ ବ୍ରଜଗୋପାଳ ଦାସ, କୋଷାଧ୍ୟକ୍ଷ ଆଶିଷ ଅମିତାଭ ମହାପାତ୍ର, ଜି. ଶିବଶଙ୍କର, ବୁବୁନ ମଲ୍ଲିକ, ରାକେଶ ନାୟକ, ରାଜେଶ ନାୟକ, କାଲୁ ଦାସ, ଗୌରଗୋପାଳ ମହାନ୍ତି, ବିଜୟ ସାହୁ, ଜଗନ୍ନାଥ ସେଠୀ, ବାବୁ ଦାସ, ନିରୋଜ ସାହା, ଅନାମ ଦେହୁରୀ, ଟୁଟୁଆ ସାମଲ, ଦେବେନ୍ଦ୍ର ପଣ୍ଡା, ଅମୂଲ୍ୟ ମୁଖୀ,ପ୍ରଦୀପ ଦାସ, ଅମିତ ମୁଖୀ, ଲକ୍ଷ୍ମୀଧର ଜେନା, ଉଦୟ ଜେନା, ଟୁଟୁ ପାଲ,ପୁପୁନ ମହାନ୍ତି, ନିରଂଜନ ଦାସ, ଶୁକଦେବ ମହାଳିକ ଓ ଉପେନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଶୋଭାଯାତ୍ରାରେ ନିଆଯାଇ କଚେରୀ ବଜାର ପରିକ୍ରମା ପରେ ଛପୁଲିଆ ନିକଟସ୍ଥ ଏକ ପୋଖରୀରେ ବିସର୍ଜନ କରାଯାଇଛି ।

ଏହି ଭସାଣି ସମୟରେ ଉଚ୍ଚସ୍ୱରରେ ଡାକବାଜି ଯନ୍ତ୍ରକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଥିବାବେଳେ ନିରାପ । ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଶୋଭାଯାତ୍ରା କାଳରେ ହଜାର ହଜାର ଶ୍ରଦ୍ଧାଳୁ ରାସ୍ତାର ଦୁଇ ପାଶ୍ୱର୍ରେ ଛିଡା ହୋଇ ମା’ଙ୍କୁ ଭାବାପୂର୍ଣ୍ଣ ବିଦାୟ ଜଣାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ