Connect with us

ଓଡିଶା

ସାର ପାଇଁ ରାଜରାସ୍ତାରେ ଚାଷୀ l

ସାର ପାଇଁ ରାଜରାସ୍ତାରେ ଚାଷୀ l

ସାର ପାଇଁ ରାଜରାସ୍ତାରେ ଚାଷୀ
ଭୁବନେଶ୍ୱର,୧୧ା୯ : ୟୁରିଆ ସାର ଅଭାବକୁ ନେଇ ଆଜି ବଣାଇରେ ଆନ୍ଦୋଳନ କରିଛନ୍ତି ଚାଷୀ । ସୁନ୍ଦରଗଡ ଜିଲ୍ଲାର ବଣାଇ ଲ୍ୟାମ୍ପ ଫାଟକ ସାମ୍ନାରେ ଚାଷୀମାନେ ବିକ୍ଷେଭ କରିବାବେଳେ ଉତେଜନା ପ୍ରକାଶ ପାଇଛି । ଧାନ ଫସଲ ପାଇଁ ୟୁରିଆ ସାରର ଆବଶ୍ୟକତା ରହିଥିବାବେଳେ ହଜାର ହଜାର ଚଷୀ ଏଥିରୁ ବଂଚିତ ହେଉଥିବା ନେଇ ଅଭିଯୋଗ ହୋଇଛି ।

ଚାଷୀଙ୍କୁ ଆବଶ୍ୟକ ମୁତାବକ ସାର ମିଳୁ ନାହିଁ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଫଳରେ ଆଜି ଶତାଧିକ ଚାଷୀ ଲହୁଣିପଡାର ୨୧୫ ଜାତୀୟ ରାଜପଥ ଉପରେ ଏକତ୍ରିତ ହୋଇଛନ୍ତି । ଗ୍ରାମପଂଞ୍ଚୟତ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଏହା ସହିତ ସାର ମାରଣ ହୋଇଥିବା ନେଇ ଚାଷୀମାନେ ଅଭିଯୋଗ ଆଣିଛନ୍ତି । ତେବେ ରାସ୍ତା ଅବରୋଧ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି ।

ସେପଟେ ଏହାର ପ୍ରତିକ୍ରିୟାରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଯେ, ଓଡ଼ିଶାରେ ସାରର ଅଭାବ ନାହିଁ । କିନ୍ତୁ କୌଣସି କାରଣ ବଶତଃ ଲୋକଙ୍କ ପାଖରେ ସାର ପହଁଚି ପାରି ନାହିଁ । ବଣାଇରେ ସାରର ଅଭାବ ଥିବା ନେଇ ଅଭିଯୋଗ ଆସିଥିଲା । ତେବେ ଗତକାଲି ଝାରସୁଗୁଡ଼ାରେ ୨୫୦୦ ମେଟ୍ରିକ୍ ଟନ୍ ସାର ପହଁଚିଛି । ଆଜି ଏହାର ଅନଲୋଡିଂ କରାଯାଉଛି । ଖୁବ ଶୀଘ୍ର ଚାଷୀଙ୍କ ନିକଟରେ ସାର ପହଁଚି ଯିବ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା