Connect with us

ଓଡିଶା

ବିଜେପି ଫୋକସରେ ଓଡିଶା :- ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଅମିତ ଶାହା l

ବିଜେପି ଫୋକସରେ ଓଡିଶା :- ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଅମିତ ଶାହା l

ବିଜେପି ଫୋକସରେ ଓଡିଶା
ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଅମିତ ଶାହା
ଭୁବନେଶ୍ୱର,୧୧ା୯ : ବିଜେପି ଫୋକସରେ ଓଡିଶା । ଆସନ୍ତା ୨୨ ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୨୪ ତାରିଖରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ୨୨ ତାରିଖରେ ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ଝାରସୁଗୁଡା ଓ ତାଳଚେରରେ ହେବାକୁ କାର୍ଯ୍ୟକ୍ରମ ସହ ଦୁଇଟି ସାଧାରଣ ସଭାରେ ଯୋଗଦାନ କରିବେ । ସେହିପରି ଅମିତ ଶାହା ପୁରୀରେ ମହିଳା ମୋର୍ଚ୍ଚାର ସମାବେଶରେ ଯୋଗଦାନ କରିବେ ବୋଲି ବିଜେପି ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଏହି ଗସ୍ତ ସମୟରେ ଝାରସୁଗୁଡ଼ା ବିମାନବନ୍ଦରରୁ ବିମାନ ଉଡ଼ାଣର ଶୁଭାରମ୍ଭ କରିବେ । ଏହି ବିମାନବନ୍ଦରରୁ ଭୁବନେଶ୍ୱର, ରାଂଚି ଓ ରାୟପୁରକୁ ବିମାନ ସେବାର ଶୁଭାରମ୍ଭ ହେବ । ସେହିଦିନ ତାଳଚେର କାରଖାନାର ନବୀକରଣ କାର୍ଯ୍ୟ ପାଇଁ ଭିତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କ ଗସ୍ତକୁ ନେଇ ଏବେ ଚଳଚଂଚଳ ହୋଇପଡିଛି ରାଜ୍ୟ ରାଜନୀତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସରକାରୀ ହୋଇଥିଲେ ମଧ୍ୟ ଦୁଇଟି ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଯୋଗଦାନ କରିବାରେ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବାରମ୍ବାର ଓଡିଶା ଗସ୍ତରେ ଆସୁଛନ୍ତି । ପଶ୍ଚିମ, ଉପକୂଳ,ଉତର ଓ ଦକ୍ଷିଣରେ ବିଜେପି ସମାବେଶ କରି ଚାଲିଛି । ଦଳ ଏବେ ସମସ୍ତ ବୁଥ ଉପରେ ଫୋକସ ଦେଇଥିବା ବେଳେ ରାଜ୍ୟ ଶାସନ କ୍ଷମତାରେ ରହିଥିବା ବିଜେଡି ସରକାରଙ୍କ ବିରୋଧରେ ରାଜ୍ୟରେ ଯୁଦ୍ଧ ଦେହିଂ ଡାକରା ଦେଇଛି ।

ଅନ୍ୟପଟେ ଓଡିଶାକୁ ବାରମ୍ବାର କେନ୍ଦ୍ରମନ୍ତ୍ରୀ ମାନେ ଆସୁଛନ୍ତି । ଓଡିଶାରେ ୨୦୧୯ରେ ସାଧାରଣ ନର୍ବାଚନ ହେବାକୁ ଥିବା ବେଳେ ବିଜେପି ମିଶନ ୧୨୦ ପ୍ଲସ ନାରା ଦେଇ କାମ କରୁଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ବାରମ୍ବାର ଓଡିଶା ଦେଇଥିବା ଟ୍ୟାକ୍ସ ର ହିସାବ ନେଉଛନ୍ତି । କଟକରେ ମୋଦିଙ୍କ ସମାବେଶ ପରେ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ ଉତ୍ସାହିତ ରାଜ୍ୟ ବିଜେପି ଥିବା ବେଳେ ପୁଣି ଅମିତ ଶାହାଙ୍କ ଓଡିଶା ଗସ୍ତ ବିଜେପିକୁ ଆହୁରି ଜୋସ୍ ଯୋଗାଇବ ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ଆଲୋଚନା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା