Connect with us

ଓଡିଶା

ଓଡ଼ିଶାରେ ଆଶିଂକ ସୂର୍ଯ୍ୟ ପରାଗ ଦୃଶ୍ୟମାନରେ ବାଧା

ସାଙ୍କେତିକ

ଓଡ଼ିଶାରେ ଆଶିଂକ ସୂର୍ଯ୍ୟ ପରାଗ ଦୃଶ୍ୟମାନରେ ବାଧା
ଭୁବନେଶ୍ୱର, ବୁର୍ଲା ପ୍ଲାନିଟୋରିୟମରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ଭିଡ଼
ଭୁବନେଶ୍ୱର, ୨୬ ଡ଼ିସେମ୍ବର – ଆଜି ରାଜ୍ୟରେ ବର୍ଷ ଶେଷର ସୂର୍ଯ୍ୟ ପରାଗ ଆଶିଂକ ଦୃଶ୍ୟମାନ ହୋଇଥିଲା । ଉଭୟ ଭୁବନେଶ୍ୱର ଏବଂ ବୁର୍ଲାରେ ଥିବା ପ୍ଲାନିଟୋରିୟମରେ ଏହି ସୂର୍ଯ୍ୟପରାଗକୁ ଟେଲିସ୍କୋପ ମାଧ୍ୟମରେ ଦେଖିବା ପାଇଁ ପିଲା ଠାରୁ ଆରମ୍ଭ କରି ଯୁବକଯୁବତୀ ଓ ବୟସ୍କଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଉଭୟ ପ୍ଲାନିଟୋରିୟମ କର୍ତୃପକ୍ଷଙ୍କ ପକ୍ଷରୁ ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା ।

ଓଡ଼ିଶାରେ ଆଶିଂକ ସୂର୍ଯ୍ୟ ପରାଗ ଦେଖାଦେଇଥିବା ବେଳେ କର୍ଣ୍ଣାଟକ, କେରଳ ଓ ତାମିଲନାଡ଼ୁରେ ବଳୟ ସୂର୍ଯ୍ୟପରାଗ ଦେଖିବାକୁ ମିଳିଥିଲା । ଦୈତନଗରୀ କଟକ-ଭୁବନେଶ୍ୱର ସହରରେ କୋହଲା ପାଗ ଯୋଗୁଁ ଏହି ଆଶିଂକ ସୂର୍ଯ୍ୟପରାଗ କିଛି ସମୟ ପାଇଁ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା । ଓଡ଼ିଶାରେ ସକାଳ ୮ଟା ୧୯ ମିନିଟ୍ ୨୪ ସେକେଣ୍ଡରେ ପରାଗ ସ୍ପର୍ଶ ହୋଇଥିଲା । ୧୧ଟା ୨୯ ମିନିଟ୍ ରେ ପରାଗ ଛାଡିଥିଲା । ଏହା ବ୍ୟତୀତ କୋହଲା ପାଗ ଓ ଝିପିଝିପି ବର୍ଷା ଯୋଗୁଁ ରାଜ୍ୟର କେତେକ ସ୍ଥାନରେ ଲୋକେ ଲୋକେ ସୂର୍ଯ୍ୟପରାଗ ଦେଖିବାରୁ ବଂଚିତ ହୋଇଥିବା ପରିଲକ୍ଷିତ ହୋଇଛି । ବାଙ୍ଗାଲୁରୁରେ ୯୦ ପ୍ରତିଶତ, ଚୀନ୍ ରେ ୭୯ ପ୍ରତିଶତ ଏବଂ ଦିଲ୍ଲୀରେ ୪୨ ପ୍ରତିଶତ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଓଡ଼ିଶାରେ ୫୫ରୁ ୬୫ ପ୍ରତିଶତ ଦୃଶ୍ୟମାନ ହୋଇଥିଲା । ସ୍ଥାନେ ସ୍ଥାନେ ବାଦଲ ଘେରି ରହିଥିବାରୁ ପୁରୀ, ବଲାଙ୍ଗିର, ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଖଣ୍ଡିତ ସୂର୍ଯ୍ୟ ଦୃଶ୍ୟମାନ ହୋଇଥିଲା । ସୂର୍ଯ୍ୟପରାଗ ପାଇଁ ଆଜି ସକାଳୁ ପାକ ନିଶେଧ ଥିଲା । ସୂର୍ଯ୍ୟ ପରାଗ ଛାଡିବା ପରେ ଲୋକେ ସ୍ନାନ, ଶୌଚାଦି ସମାପନ ପୂର୍ବକ ଠାକୁର ଦର୍ଶନ କରିଥିଲେ । ଯେଉଁଥିପାଇଁ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।
ସେହିପରି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ମହାସ୍ନାନ ଓ ଭୁବନେଶ୍ୱରରେ ଶ୍ରୀଲିଙ୍ଗରାଜଙ୍କ ସ୍ନାନ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା